ବାପାଙ୍କଠୁ ବିବାହ ଖର୍ଚ୍ଚ ପାଇବା ଝିଅଙ୍କ ଅଧିକାର: ସବୁ ଧର୍ମର ସବୁ ଅବିବାହିତା ଝିଅଙ୍କର ଅଛି ଅଧିକାର

313

କନକ ବ୍ୟୁରୋ: ବାପା-ମାଆଙ୍କ ସମ୍ପତିରେ ଝିଅର ଅଧିକାରକୁ ନେଇ ଆଇନ ରହିଆସିଥିବା ବେଳେ ଝିଅଙ୍କର ଆଉ ଏକ ଅଧିକାର ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ଅବିବାହିତ ଝିଅଙ୍କର ବିବାହ ଖର୍ଚ୍ଚ ଉଠାଇବେ ବାପା । ଅର୍ଥାତ୍ ନିଜ ଅଧିକାର ଭାବେ ବାପାଙ୍କ ଠାରୁ ଏଖର୍ଚ୍ଚ ଦାବି କରିପାରିବେ ସବୁ ଝିଅ । ଏକ ମାମଲାର ଶୁଣାଣି କରି ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କେରଳ ହାଇକୋର୍ଟ । ସେ ଯେକୌଣସି ଧର୍ମର ହୋଇଥିଲେ ବି ବାପାଙ୍କଠୁ ଯୁକ୍ତିଯୁକ୍ତ ବିବାହ ଖର୍ଚ୍ଚ ପାଇବାର ଅଧିକାର ସବୁ ଝିଅଙ୍କର ଅଛି । ଦୁଇ ଜଣ ଖ୍ରୀଷ୍ଟିୟାନ ଝିଅ ତାଙ୍କ ବିବାହ ଖର୍ଚ୍ଚ, ବାପାଙ୍କ ଅସ୍ଥାବର ସମ୍ପତି ଏବଂ ସେଥିରୁ ମିଳୁଥିବା ଲାଭରୁ ପାଇବାର ଅଧିକାର ଅଛି କି ବୋଲି ପ୍ରଶ୍ନ କରିଥିଲେ । ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଅନିଲ କେ ନରେନ୍ଦ୍ରନ ଏବଂ ଜଷ୍ଟିସ୍ ପିଜି ଅଜିତକୁମାର ଏଭଳି ରାୟ ଦେଇଛନ୍ତି ।

କୋର୍ଟ କହିଛନ୍ତି,
ବାପାଙ୍କ ଠୁ ବିବାହ ଖର୍ଚ୍ଚ ପାଇବାର ଅଧିକାର ସବୁ ଝିଅଙ୍କର ଅଛି
ସବୁ ଧର୍ମରେ ଏହା ପ୍ରତ୍ୟେକ ଅବିବାହିତ ଝିଅର ଆଇନଗତ ଅଧିକାର
ଧର୍ମ ଆଧରରେ ଝିଅଙ୍କଠୁ ଏହି ଅଧିକାର ନିଆଯାଇପାରିବ ନାହିଁ

ବାପାଙ୍କ ଅସ୍ଥାବର ସମ୍ପତିରୁ ବିବାହ ଖର୍ଚ୍ଚ ପାଇବା ଅଧିକାର ଅଛି କି ବୋଲି ପ୍ରଶ୍ନ କରିଥିଲେ ଖ୍ରୀଷ୍ଟିଆନ ଯୁବତୀ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ କହିଛନ୍ତି, ଟ୍ରାନ୍ସଫର ଅଫ ପ୍ରୋପଟି ଆକ୍ଟ ଧାରା ୩୯ ଅନୁସାରେ ସବୁ ଅବିବାହିତ ଝିଅ ବାପାଙ୍କ ଠୁ ଯୁକ୍ତିଯୁକ୍ତ ବିବାହ ଖର୍ଚ୍ଚ ପାଇବାର ଅଧିକାର ରଖନ୍ତି । ଧର୍ମ ଆଧାରରେ ଝିଅଙ୍କୁ ଏହିୁ ଅଧିକାହରୁ ବଂଚିତ କରାଯାଇପାରିବ ନାହିଁ ।

ଭାରତୀୟ ସମ୍ବିଧାନରେ ହିନ୍ଦୁ ବିବାହ ଆଇନ ଅନୁସାରେ ଅବିବାହିତ ଝିଅ ତାଙ୍କ ପରିବାରଠୁ ବିବାହ ଖର୍ଚ୍ଚ ପାଇପାରିବେ । ହିନ୍ଦୁ ଆଡପସନ୍ସ ଏବଂ ମେଟେଂନାନନ୍ସ ଆକ୍ଟ ୧୯୫୬ ଅନୁଯାୟୀ ଅବିବାହିତ ଝିଅ ତାଙ୍କ ବାପା,ମାଆଙ୍କଠୁୁ ବିବାହ ଖର୍ଚ୍ଚ ପାଇଁ ଦାବି କରିପାରିବେ । ୨୦୨୨ ଏପ୍ରିଲ ମାସରେ ଛତିଶଗଡ ହାଇକୋର୍ଟ ଏଭଳି ଏକ ମାମଲାର ଶୁଣାଣି କରି ବାପାଙ୍କୁ ବିବାହ ଖର୍ଚ୍ଚ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହିନ୍ଦୁ ଧର୍ମ ବ୍ୟତୀୟ ଅନ୍ୟ କୌଣସି ଧାର୍ମିକ ଆଇନରେ ଏସବୁ ଉପରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ବାପାଙ୍କ ଠୁ ଅଲଗା ହୋଇ ମାଆଙ୍କ ସହ ରହୁଥିବା ଦୁଇ ଝିଅ ବିବାହ ଖର୍ଚ୍ଚ ପାଇଁ କେରଳର ପାଲକଡ ଫେମିଲି କୋର୍ଟରେ ଆବେଦନ କରିଥିଲେ । ବିବାହ ଖର୍ଚ୍ଚ ବାବଦକୁ ୪୫ ଲକ୍ଷ ୯୨ ହଜାର ୬୦୦ ଟଙ୍କା ବାପାଙ୍କ ସମ୍ପତିରୁ ପାଇବାକୁ କୋର୍ଟରେ ଦାବି କରିଥିଲେ । ଯାହାକୁ ବିଚାରକୁ ନେଇ ଐତିହାସିକ ରାଜ୍ୟ ଶୁଣାଣିଛନ୍ତି କୋର୍ଟ ।