ଡିଗ୍ରୀ ମାଳ ମାଳ, ହେଲେ ମିଳୁନି ଚାକିରି । ପ୍ରକାଶ ପାଇଲା ହ୍ୱିବକ୍ସର ରିପୋର୍ଟ । ନିଯୁକ୍ତି ନପାଇ ବେକାର ହେବେ ଅଧା ସ୍ନାତକ ଡିଗ୍ରୀଧାରୀ

555

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଖରେ ଏବେ ଅଛି ମାଳମାଳ ଡିଗ୍ରୀ ଚାକିରି ପାଇଁ ଆଶାୟୀ ଯୁବପିଢ଼ୀଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡ଼ୁଛି । ଏହାରି ଭିତରେ ହ୍ୱିବକ୍ସ ନାମକ ସଂସ୍ଥା ଭାରତରେ ସ୍ନାତକ ଡିଗ୍ରୀଧାରୀଙ୍କୁ ନେଇ ବଡ଼ ଆକଳନ କରିଛି । ନିଯୁକ୍ତି ପାଇବା ଲାଗି ଡିଗ୍ରୀଧାରୀଙ୍କୁ ସକ୍ଷମ କରିବାରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଅକ୍ଷମ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି ।

  • ଅଧା ସ୍ନାତକ ପାଇବେନି ଚାକିରି!
  • ‘ହ୍ୱିବକ୍ସ’ର ବଡ଼ ଆଳକନ

ଚାକିରି ପାଇଁ ଆଶାୟୀ ଯୁବପିଢ଼ିଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡ଼ୁଛି । ଏହାରି ଭିତରେ ହ୍ୱିବକ୍ସ ନାମକ ସଂସ୍ଥା ଭାରତରେ ସ୍ନାତକ ଡିଗ୍ରୀଧାରୀଙ୍କୁ ନେଇ ବଡ଼ ଆକଳନ କରିଛି । ନିଯୁକ୍ତି ପାଇବା ଲାଗି ଡିଗ୍ରୀଧାରୀଙ୍କୁ ସକ୍ଷମ କରିବାରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଅକ୍ଷମ ଏହାର ମୁଖ୍ୟ କାରଣ । । ଏହାସହ ବିଭିନ୍ନ ସ୍ଥାନରେ ଛତୁଭଳି ଫୁଟିଚାଲିଛି ଘରୋଇ ଶିକ୍ଷାନୁଷ୍ଠାନ । ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଲୋଭନୀୟ ପ୍ରତିଶ୍ରୁତି । କିନ୍ତୁ ବଡ଼ କଥା ହେଉଛି, ଛାତ୍ରଛାତ୍ରୀମାନେ ଭଲ ନମ୍ବରରେ ପାସ୍ ତ କରିଯାଉଛନ୍ତି, କିନ୍ତୁ ପରବର୍ତୀ ସମୟରେ ଚାକିରି ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି ।

  • ଛାତ୍ରଛାତ୍ରୀଙ୍କ ପାଖରେ ମାଳମାଳ ଡିଗ୍ରୀ
  • କିନ୍ତୁ ନିଯୁକ୍ତି ପାଇଁ ରହିଛି ଦକ୍ଷତାର ଅଭାବ

ଚାକିରି ପାଇବା ଆଶାରେ ଆଜିକାଲିର ଯୁବପିଢ଼ି ଏକାଧିକ ଡିଗ୍ରୀ ହାସଲ କରିବାକୁ ପଛାଉ ନାହାନ୍ତି । ଏମିତିକି କିଛି ଛାତ୍ରଛାତ୍ରୀଙ୍କ ପାଖରେ ଦୁଇରୁ ଅଧିକ ସ୍ୱତନ୍ତ୍ର ଡିଗ୍ରୀ ଦେଖିବାକୁ ମିଳୁଛି । ଯାହା ଭାରତ ଲାଗି ବଡ଼ ସମସ୍ୟା ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗୋଟିଏ ପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଚାକିରି ଯୋଗାଇବାରେ ବିଫଳ ହେଉଥିବା ବେଳେ ଅନ୍ୟପଟେ ସେହି ଡିଗ୍ରୀ ପାଇବା ଲାଗି ସେମାନଙ୍କୁ ଦେବାକୁ ପଡ଼ୁଛି ମୋଟାଅଙ୍କର ଟଙ୍କା । ଯାହା ସବୁଠାରୁ ବଡ଼ ଚିନ୍ତାର କାରଣ ବୋଲି ବିଶେଷଜ୍ଞ କହିଛନ୍ତି ।

  • ୨୦୨୦ରେ ଭାରତର ଶିକ୍ଷା ଶିଳ୍ପ ପ୍ରାୟ ୯୬୨,୦୯୮ ୧୪ କୋଟି ଡଲାର ଥିଲା
  • ୨୦୨୫ ସୁଦ୍ଧା ଏହା ୨୨,୫୦୦ କୋଟି ଡଲାରରେ ପହଂଚିବା ନେଇ ବ୍ରାଣ୍ଡ ଇକ୍ୱିଟି ଫାଉଣ୍ଡେସନର ଆକଳନ
  • ଶିକ୍ଷା ବ୍ୟବସ୍ଥାରେ ଜିଡିପିର ୬% ବ୍ୟୟ କରିବା ଲାଗି ନୂଆ ଶିକ୍ଷାନୀତି ଆଣିଛନ୍ତି କେନ୍ଦ୍ର ସରକାର
  • କିନ୍ତୁ ବ୍ୟୟ ହେଉଛି ଜିଡିପିର ୨.୯%

ଶିକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ବିଶେଷଜ୍ଞମାନେ ଆହ୍ୱାନ ଦେଇଛନ୍ତି । ଯଦି ସେଭଳି ପଦକ୍ଷେପ ନିଆନଯିବ, ତେବେ ଏହା ଦେଶର ଅର୍ଥନୀତି ପାଇଁ ବଡ଼ ସମସ୍ୟା ଭାବେ ଉଭା ହେବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।