ପୁରୀରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ: ପୁରୀରେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଲେ ଅନନ୍ତ

610

କନକ ବ୍ୟୁରୋ: ଓଡ଼ିଶାରେ ବିଜିନେସ ଟାଇକୋନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ କଡା ସୁରକ୍ଷାରେ ପୁରୀରେ ପହଂଚିଛନ୍ତି । ପୁରୀରେ ସେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି । ଗତକାଲି ଗୁୱାହାଟିର କାମାକ୍ଷା ଦର୍ଶନ ସାରି ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି । ନିକଟରେ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଂଟ୍ଙ୍କ ନିର୍ବନ୍ଧ ଶେଷ ହୋଇଛି । ମୁମ୍ବାଇରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ କରାଯାଇଛି । ତେଣୁ ବିବାହ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କରି ଆଶିର୍ବାଦ ନେବାକୁ ଅନନ୍ତ ଅମ୍ବାନୀ ଓଡିଶା ଆସିଥିବା କୁହାଯାଉଛି ।