ରିବିଲ୍ଡ ଓଡ଼ିଶା ୱେବସାଇଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! ୱେବସାଇଟ୍ ମାଧ୍ୟମରେ ସାହାଯ୍ୟ କରିପାରିବେ ସହୃଦୟ ବ୍ୟକ୍ତି,ଆଗ୍ରହୀ ସଂସ୍ଥା ମଧ୍ୟ ଯୋଗାଇପାରିବେ ସହାୟତା

218

କନକ ବ୍ୟୁରୋ : ପ୍ରଳୟଙ୍କରୀ ବାତ୍ୟା ଫୋନି ପ୍ରଭାବରେ ଉଜୁଡ଼ି ଯାଇଛି ଅଧା ଓଡ଼ିଶା । ଭୀଷଣ ରୂପ ନେଇ ଘାଂଟିଚକଚି ଦେଇଛି ଫୋନି । ବାତ୍ୟାକୁ ୯ ଦିନ ପୁରିଥିଲେ ହେଁ ଏଯାଏଁ ସ୍ୱାଭାବିକ ହୋଇନି ଜୀବନଯାତ୍ରା । ବାତ୍ୟା ମୁକାବିଲା ନେଇ ସରକାର ଅଣନିଶ୍ବାସୀ ହୋଇପଡ଼ିଲେଣି । ଫନି ଏପରି ପ୍ରଳୟ ରଚିଛି କେଉଁ ଭିତ୍ତିଭୁୂମି ଉପରେ ଅଧିକ ଗୁରୁତ୍ୱ ଦିଆଯିବ ଭାଳେଣି ପଡ଼ିଛି । ବାତ୍ୟାର ବ୍ୟାପକତା ସ୍ଥିତିକୁ ଗମ୍ଭୀର କରିବାରେ ଲାଗିଛି । ଲୋକେ ଅଧୈର୍ଯ୍ୟ ହୋଇପଡ଼ୁଛନ୍ତି ।

ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଦେଶର ବିଭିନ୍ନ ଅଂଚଳରୁ ଲୋକେ ସାହାଯ୍ୟର ହାତ ବଢ଼ାଉଛନ୍ତି । ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି rebuild.odisha.gov.in ନାମକ ଏକ ୱେବସାଇଟର ଉଦଘାଟନ କରିଛନ୍ତି । ଏହି ୱେବସାଇଟ୍ ଓଡ଼ିଶା ପୁନର୍ଗଠନ ନିମନ୍ତେ ସାହାଯ୍ୟ କରିବ । ସଚିବାଳୟର ତୃତୀୟ ମହଲାର ସମ୍ମିଳନୀ କକ୍ଷରେ rebuild.odisha.gov.in ୱେବସାଇଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ୱେବସାଇଟ ମାଧ୍ୟମରେ ସାହାଯ୍ୟ କରିପାରିବେ ।

ୱେବସାଇଟକୁ ଗଲେ ଆପଣ ସବିଶେଷ ବିବରଣୀ ପାଇପାରିବେ । ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ rebuild.odisha.gov.in ୱେବସାଇଟକୁ ଯାଆନ୍ତୁ । ଲୋକଙ୍କୁ ଥଇଥାନ ପାଇଁ ପାଂଣ୍ଠି ସଗ୍ରହ ପାଇଁ ଏହି ୱେବସାଇଟର ଉନ୍ମୋଚନ କରାଯାଇଛି । ଏହି ପୋର୍ଟାଲ ମାଧ୍ୟମରେ ଶିକ୍ଷା, ଗହୃ, ଅଙ୍ଗନୱାଡ଼ି, ଗ୍ରାମାଂଚଳର ଥଇଥାନ ଓ ପୁନରୁଦ୍ଧାର ପାଇଁ ଜନସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯିବ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ପୋର୍ଟାଲରେ ପାଂଠିଦାନ କଲେ ଆପଣ କେଉଁ ଦିଗରେ ସାହାଯ୍ୟ କରୁଛନ୍ତି ତାହା ସ୍ପଷ୍ଟ ଜାଣିପାରିବେ ।