ଶକ୍ତି ବିଭାଗ ଉପରେ ତୁଟିଲା ଲୋକଙ୍କର ଆସ୍ଥା ! ବିଜୁଳି ପାଇଁ ଏବେ ଭଗବାନ ଭରସା

308

କନକ ବ୍ୟୁରୋ: ଶକ୍ତି ବିଭାଗ ଉପରେ ତୁଟିଲା ଲୋକଙ୍କ ଆସ୍ଥା । ବାରମ୍ବାର ଦାବି ସତ୍ୱେ ଗାଁକୁ ବିଜୁଳି ନ ଆସିବାରୁ ଶେଷରେ ଭଗବାନଙ୍କ ଉପରେ ଭରସା କରିଛନ୍ତି ଲୋକେ । କଟକ ଜିଲ୍ଲା ନିଆଳି ଅଂଚଳରେ ବିଜୁଳି ସମସ୍ୟାକୁ ନେଇ ଦେଖିବାକୁ ମିଳିଛି ଏକ ଅଭିନବ ପ୍ରତିବାଦ ।

କିଟିକିଟି ଅନ୍ଧାର, ତା’ରି ଭିତରେ ଲଣ୍ଠନ ଆଲୁଅରେ ଚାଲିଛି ନାମ-ସଂର୍କିତନ । ଭଗବାନଙ୍କ ନାମ ଜପୁଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ୍ ମହତାପାରି ଗାଁର ଲୋକ । ବାତ୍ୟା ପରର ସ୍ଥିତିରେ ଏବେ ଲୋକଙ୍କର ଗୋଟିଏ ପ୍ରାର୍ଥନା- ଗାଁକୁ ଆସୁ ବିଜୁଳି ଆଲୁଅ । ବିଦ୍ୟୁତ୍ ବିଭାଗର ନଜର ପଡୁନଥିବା ବେଳେ ଶେଷରେ ଭଗବାନଙ୍କ ଉପରେ ଭରସା କରିଛନ୍ତି ଲୋକେ । ଗାଁକୁ ବିଜୁଳି ଆସିପାରୁନି, ଲୋକ ଗରମ-ଗୁଳୁଗୁଳିରେ ରାତିରେ ଶୋଇ ପାରୁନାହାଁନ୍ତି । ଏଭଳି ସ୍ଥିତିରେ ପୁରୁଷମାନେ ସଂର୍କିତନ କରୁଥିବା ବେଳେ ମହିଳାମାନେ ଗାଁ ଦାଣ୍ଡରେ ବସି ରହୁଛନ୍ତି ।

ବାତ୍ୟାରେ ଏହି ମହତାପାରି ଗାଁର ମୁଖ୍ୟ ବେଉସା-ପାନ ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଥିବା ବେଳେ ଜୀବନ ଜୀବିକାକୁ ନେଇ ଏବେ ଲୋକେ ସଂଘର୍ଷ କରୁଛନ୍ତି । ଆଉ ଗୋଟେ ପଟେ ବାତ୍ୟାର ଗୋଟିଏ ସପ୍ତାହ ପରେ ବି ବିଜୁଳି ଆସୁନି । ଯାହା ଫଳରେ ଭଗବାନକୁ ଭରସା କରି ରହିଛନ୍ତି ଗାଁ ଲୋକ ।