ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ମିଳିଲା ମାନ୍ୟତା ।

230

କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ++ ମାନ୍ୟତା । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । କିଛି ଦିନ ତଳେ ୫ ଜଣିଆ ଟିମ୍ ଅନୁଧ୍ୟାନ କରିଥିଲେ । ରେଭେନ୍ସା କ୍ୟାମ୍ପସର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ପ୍ରଥମ ଥର ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏଭଳି ମାନ୍ୟତା ମିଳିଥିବା କହିଛନ୍ତି ରେଜିଷ୍ଟାର ।