ଟାହିଆ ହଲେଇ ଆସୁଛି କାଳିଆ : ହରିବୋଲ, ହୁଳହୁଳିରେ କମ୍ପୁଛି ଚତୁର୍ଦ୍ଦିଗ

169

କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ । ଗହଳି ଲଗେଇ ଆସୁଛନ୍ତି ମହାପ୍ରଭୁା ଟାହିଆ ହଲେଇ ଆସୁଛନ୍ତି କାଳିଆ ଗୋସାଇଁ । ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ଗଗନପବନ । ମର୍ଦ୍ଦଳା, ତୂରୀଭେରୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ । ହରିବୋଲ, ହୁଳହୁଳିରେ ଚତୁର୍ଦ୍ଦିଗ କମ୍ପୁଛି । ନନ୍ଦିଘୋଷ ରଥରେ ବିରାଜିବେ ଶ୍ରୀ ଜଗନ୍ନାଥ ।

ତେବେ ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଧାଡି ପହଣ୍ଡିରେ ବାହାରିଥିଲେ ।

ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହେଉଛନ୍ତି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।