ସାମ୍ନାକୁ ଆସିଲା ରେଞ୍ଜର ବାବୁଙ୍କୁ ଘସାମୋଡ଼ାର ଚିତ୍ର। କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ।

224

କନକ ବ୍ୟୁରୋ: ସାମ୍ନାକୁ ଆସିଲା ରେଞ୍ଜର ବାବୁଙ୍କ ମାଲିସ ସେବାର ଚିତ୍ର । କର୍ମଚାରୀଙ୍କୁ ଲଗାଇ ମାଲିସ ହେଉଛନ୍ତି ମାଲକାନଗିରି ମୋଟୁର ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ । ବନ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କୁ ଚାପ ପକାଇ ଏମିତି ନିୟମିତ ମାଲିସ ନେଉଛନ୍ତି ରେଞ୍ଜର ବାବୁ । ଖାଲି ଏତିକି ନୁହେଁ, ରନ୍ଧାବଢ଼ା ଠାରୁ ଆରମ୍ଭ କରି ରାତି ଅଧିଆ ବିଭିନ୍ନ ଘରୋଇ କାମ କରାଇବାକୁ ରେଞ୍ଜର ବାଧ୍ୟ କରୁଥିବା କର୍ମଚାରୀ ଅଭିଯୋଗ କରିଛନ୍ତି ।

ଗତକାଲି ଏମଭି ୭୯ ଠାରେ ମୋଟୁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କେମିତି ଦାମି ସାଗୁଆନ ଗଛ କାଠ କଟାଯାଉଥିଲା ତାର ଚିତ୍ର ସାମ୍ନାକୁ ଆସିଥିଲା ରେଞ୍ଜରଙ୍କ କ୍ୟାମ୍ପସ ଭିତରେ କରତ କଳ ଲଗାଇ କାଠ ଚିରା ହେଉଥିବା ଦେଖିବାକୁ ମିଳିଥିଲା । ଏବେ ରେଞ୍ଜର ବାବୁଙ୍କ ମାଲିସ ଚିତ୍ର ସାମ୍ନାକୁ କ୍ୟାମେରାରେ କଏଦ ହୋଇଛି ।