ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀ । କନିଷି ଜନସଭାକୁ କରିବେ ସମ୍ବୋଧନ, ଜନତାଙ୍କୁ ଦେବେ ମୋଦୀ ଗ୍ୟାରେଣ୍ଟି ବାର୍ତ୍ତା ।

61

କନକ ବ୍ୟୁରୋ: ବ୍ରହ୍ମପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନିଷି ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରେ ଦେଖାଦେଇଛି ଭିନ୍ନ ମାହୋଲ । ତାଙ୍କ ଉପସ୍ଥିତିକୁ ନେଇ ଜନତା ଓ ନେତାଙ୍କ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦୀ । ପୁଣି ଥରେ ମୋଦୀ ସରକାର ଏହି କଥାକୁ ଲୋକଙ୍କ ପାଖରେ ସୁନିଶ୍ଚିତ କରିବାକୁ ଚେଷ୍ଟା କରିବେ ମୋଦୀ ।