ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୨ ରାଜ୍ୟର ୯୪ ଆସନରେ ଭୋଟ୍ । ହେଭିୱେଟ ଅମିତ ଶାହା, ଶିବରାଜ ସିଂ ଚୌହ୍ୱାନ, ଦିଗବିଜୟ ସିଂ, ସୁପ୍ରିୟା ସୁଲେଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

59

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ପଡିବ ଭୋଟ । ମଙ୍ଗଳବାର ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ୯୪ଟି ଆସନରେ ମତଦାନ ଗ୍ରହଣ ହେବ । ମଇଦାନରେ ୧୨୦ ମହିଳା ପ୍ରାର୍ଥୀଙ୍କ ସହ ମୋଟ ୧୩ଶହ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ନିର୍ଦ୍ଧାରଣ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହ୍ୱାନ, ଦିଗବିଜୟ ସିଂହ, ସୁପ୍ରିୟା ସୁଲେ ଓ ଡିମ୍ପଲ ଯାଦବଙ୍କ ପରି ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ଗୁଜରାଟ ଗାନ୍ଧୀନଗରରୁ ଲଢୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦ୍ୱିତୀୟ ଥର ପାଇଁ ଶାହ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସେହିପରି ପୋରବନ୍ଦର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଗୁନା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଦିଶା ଆସନରୁ ନିର୍ବାଚନ ଲଢୁଛନ୍ତି ଶିବରାଜ ସିଂହ ଚୌହ୍ୱାନ । ମଧ୍ୟପ୍ରଦେଶର ରାଜଗଡ ଆସନରେ ଲଢୁଛନ୍ତି ଦିଗବିଜୟ ସିଂହ । ମୈନପୁରୀରୁ ସପା ନେତ୍ରୀ ଡିମ୍ପଲ ଯାଦବ, କର୍ଣ୍ଣାଟକ ହାଭେରୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଆସାମର ଧୁବରି ଆସନରୁ ବଦରୁଦ୍ଦିନ ଆଜମଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।