ଆଇଏଏସ ସ୍ତରରେ ଅଦଳବଦଳ: ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ

270

କନକ ବ୍ୟୁରୋ: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ରାଜ୍ୟରେ ଓମିକ୍ରନ ଭୟ ବଢୁଥିବା ବେଳେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପଦରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ରାଜକୁମାର ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ମିଳିଛି । ସେହିପରି ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ସଚିବ, ମଧୁ ପାଢୀଙ୍କୁ ସାହିତ୍ୟ, ସଂସ୍କୃତି ସଚିବ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ, ରଞ୍ଜନା ଚୋପ୍ରାଙ୍କୁ ଏମଏସଏମଇ ସଚିବ ଭାବେ ଦାୟିତ୍ୱ ମିଳିଛି ।