ଓମିକ୍ରନ ବଢାଉଛି ଓଡିଶାର ସଂକ୍ରମଣ? ୨୪ ଘଂଟାର ୪୨୪ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ଆଶଙ୍କା

202

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପଛରେ ରହିଛି କି ଓମିକ୍ରନ ପ୍ରଜାତି । ୨୪ ଘଂଟାର ୪୨୪ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତର ଏଭଳି ଆଶଙ୍କା କରୁଛନ୍ତି । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରନ୍ତଙ୍କ ମଧ୍ୟରେ ଓମିକ୍ରମ ଆକ୍ରାନ୍ତ ରହୁଥିବା ସନ୍ଦେହ କରୁଛନ୍ତି ବରିଷ୍ଠ ଚିକିତ୍ସକ । ଯେହେତୁ ସବୁ ଆକ୍ରାନ୍ତଙ୍କର ଜେନମ୍ ସିକ୍ୟୁଏନ୍ସି ହୋଇପାରୁନାହିଁ ତେଣୁ ସେମାନଙ୍କ ଠାରେ କେଉଁ ପ୍ରଜାତୀ ରହୁଛି ତାହା ଜଣାପଡୁନାହିଁ ।

କିନ୍ତୁ ରାଜ୍ୟରେ ଡେଲଟାର ସ୍ଥାନ ଓମିକ୍ରନ୍ ନେଇ ସାରିଥିବା ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର ଆଶଙ୍କା କରୁଛନ୍ତି । ରୋଗୀଙ୍କ ଲକ୍ଷଣ ଦେଖି ଏହା ଅନୁମାନ କରାଯାଉଛି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତି ହେଉଥିବା ରୋଗୀଙ୍କ ଠାରେ ମଧ୍ୟ ବିଶେଷ ଲକ୍ଷଣ ଦେଖିବାକୁ ମିଳୁନାହିଁ । ତେଣୁ ଆକ୍ରନ୍ତ କେଉଁ ପ୍ରଜାତିର ଭୂତାଣୁ ଦ୍ୱାରା ସଂକ୍ରମିତ, ଓମିକ୍ରନ ନା ଡେଲଟା, ତାହା ଜାଣି ଚିକିତ୍ସା କରିବା କଷ୍ଟକର ବୋଲି କହିଛନ୍ତି, ଡାକ୍ତର ହରିଶ ଚୌଧୁରୀ ।