ରାଜସ୍ଥାନ ସରକାରଙ୍କ ବଡ ଘୋଷଣା, କରୋନାରେ ପିତାମାତାଙ୍କ ହରାଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ

216

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଅନେକଗୁଡିଏ ଲୋକହିତକର ଯୋଜନା ଘୋଷଣା କରିବା ସହ କରୋନାରେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଏକ ଭଲ ଘୋଷଣା କରିଛନ୍ତି । ସେ କହିଛନ୍ତି କି କରୋନାରେ ଅନାଥ ହୋଇଯାଇଥିବା ପିଲାମାନେ ସାବାଳକ ହେବା ପରେ ସେମାନଙ୍କ ଯୋଗ୍ୟତା ମୁତାବକ ସେମାନଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯିବ । ଏହାସହ ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଆଗାମୀ ଶିକ୍ଷାବର୍ଷ ଠାରୁ ୨ସେଟ ସ୍କୁଲ ୟୁନିଫର୍ମ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ।

ବଜେଟରେ ହୋଇଥିବା ଅନ୍ୟ ଘୋଷଣାମାନଙ୍କ ମଧ୍ୟରେ ରହିଛି

  • ପ୍ରତ୍ୟେକ ଲୋକଙ୍କୁ ଚିରଞ୍ଜୀବ ସ୍ୱାସ୍ଥ୍ୟ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ସହାୟତା
  • ମହିଳାଙ୍କ ବସଯାତ୍ରା ଉପରେ ୫୦ ପ୍ରତିଶତ ରିହାତି
  • ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣ ଫୁଡ ପ୍ୟାକେଟ ଯୋଜନା (ପ୍ୟକେଟରେ ୧କିଲୋ ଡାଲି, ଚିନି , ଲୁଣ ଓ ୧ଲିଟର ଖାଇବା ତେଲ)
  • ଭିନ୍ନ ଭିନ୍ନ ଜାତିରେ ବିବାହ କଲେ ୨୫ ଲକ୍ଷ ଟଙ୍କାର ସହାୟତା
  • ପିଲାମାନଙ୍କୁ କ୍ଷୀର ଯୋଗାଇବାକୁ ବଜେଟରେ ୧ହଜାର କୋଟି ଟଙ୍କା
  • ଗ୍ରାମୀଣ ଇଲାକାରେ ଇନ୍ଦିରା ଗାନ୍ଧୀ ମହିଳା ଆବାସ
  • ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୧୦୦୦ଟଙ୍କାକୁ ବୃଦ୍ଧି
  • ଇନ୍ଦିରା ରୋଷେଇ ଯୋଜନାକୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ।
  • ଆସନ୍ତା ୨ବର୍ଷ ମଧ୍ୟରେ ସଫେଇ କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା
  • ଦିବ୍ୟାଙ୍ଗଙ୍କ ପାଇଁ ୫୦୦୦ ସ୍କୁଟି
  • ପ୍ରତି ଜିଲ୍ଲାରେ ସଲୀମ୍ ଦୁରାନୀ ସ୍ପୋର୍ଟସ୍ ସ୍କୁଲ
  • ୮୦୦୦ ଅଙ୍ଗନବାଡୀ ଓ ୨୦୦୦ ମିନି ଅଙ୍ଗନବାଡୀ