ଅଶୋକ ଗେହଲଟ ବିଧାନସଭାରେ ପଢିଲେ ପୁରୁଣା ବର୍ଷର ବଜେଟ, ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହକାର୍ଯ୍ୟ ସ୍ଥଗିତ ।

172

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ ପେଶ କରିଛନ୍ତି । ତେବେ ବିଧାନସଭାରେ ବଜେଟ ପେଶ କରିବା ସମୟରେ ସେ ଗତ ବର୍ଷର ପୁରୁଣା ବଜେଟକୁ ପଢିଥିଲେ । ତେବେ ମନ୍ତ୍ରୀ ମହେଶ ଯୋଶୀ ତାଙ୍କୁ ଅଟକାଇବା ପରେ ସେ ଅଧାରୁ ଏହାକୁ ପଢିବା ବନ୍ଦ କରିଥିଲେ । ଏହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ବାଚସ୍ପତି ହଟ୍ଟଗୋଳକୁ ଦେଖି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।

ବିଧାନସଭାରେ ଅଶୋକ ଗେହଲଟ ଯେତେବେଳେ ବଜେଟ ପଢୁଥିଲେ ସେତେବେଳେ ବିରୋଧୀ ଦଳର ନେତା ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ସେତେବେଳେ ନିଜେ ଅଶୋକ କହିଥିଲେ ଟିକେ ଅପେକ୍ଷା କରନ୍ତୁ । ବଜେଟ ପଢିବା ସମୟରେ ଅଶୋକ ଗେହଲଟ ପୁରୁଣା ବଜେଟର କିଛି ଯୋଜନାକୁ ପୁଣି ଥରେ ଉପସ୍ଥାପନା କରିଥିଲେ । କେବଳ ଏତିକି ନୁହେଁ ଏଥିରେ ସହରୀ ବିକାଶ ଯୋଜନା ଯାହା ଗତ ବର୍ଷ ଲାଗୁ ହୋଇଥିଲା ତାହା ମଧ୍ୟ ରହିଥିଲା । ତାକୁ ମଧ୍ୟ ଚଳିତ ବଜେଟରେ ପୁଣି ଥରେ ଉପସ୍ଥାପନ କରାଯାଇଥିଲା । ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ମହେଶ ଯୋଶୀ ତାଙ୍କୁ ଏ ବାବଦରେ ଅବଗତ କରାଇଥିଲେ । ତେବେ ଏହାକୁ ନେଇ ବିରୋଧୀ ଦଳ ଜୋରଦାର ହଟ୍ଟଗୋଳକୁ ବୃଦ୍ଧି କରିଥିଲେ । ଏହା ପରେ ବାଚସ୍ପତି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।