ବାକି ଦୁଇଟି ପର୍ଯ୍ୟାୟ ପାଇଁ ରାଜ୍ୟରେ ଜମୁଛି ପ୍ରଚାର । ଜଳେଶ୍ୱରରେ ବିଜେଡି ଓ କଂଗ୍ରେସ ନେତାଙ୍କ କର୍ମୀ ସମ୍ମିଳନୀ । କୁଚିଣ୍ଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ସିଦ୍ଧାନ୍ତ ମହାପାତ୍ର ।

137

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ସେଥିପାଇଁ ଏବେ ଗାଁ ଗାଁ ରେ ସେଲିବ୍ରେଟିମାନେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । କେଉଁଠି ରୋଡ ସୋ ତ ଆଉ କେଉଁଠି ପଦଯାତ୍ରା କରି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ସମ୍ବଲପୁର କୁଚିଣ୍ଡାରେ ଅଭିନେତା ତଥା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର ରୋଡ ସୋ ଏବଂ ପଦଯାତ୍ରା କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ସେହିପରି ବାଲେଶ୍ୱର ହଳଦିପଦାରେ ବିଜେଡିର ଜୋନ୍ ସ୍ତରୀୟ କର୍ମୀ ସମ୍ମିଳନୀ । ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ପ୍ରମୁଖ ସାମିଲ ହୋଇଥିଲେ । ଏହି ସମ୍ମିଳନୀରେ ବିଜେଡି ନେତ୍ରୀ ତଥା ଅଭିନେତ୍ରୀ ଜିନା ସାମଲଙ୍କ ସହ ଶୁଭାଶିଷ, ଲିପ୍ସା, ପ୍ରଜ୍ଞାଙ୍କ ପରି ଅଭିନେତା ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ।

ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ବାଲେଶ୍ୱର ସଂସଦୀୟ କ୍ଷେତ୍ର ଜଳେଶ୍ୱରରେ ପ୍ରାର୍ଥୀମାନେ ଜୋରସୋର ପ୍ରଚାର କରିଛନ୍ତି । ଜଳେଶ୍ୱରରେ ଏଥର ତ୍ରିମୁଖି ଲଢେଇ ଦେଖିବାକୁ ମିଳିବ । କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ମଧ୍ୟ ନିଜ ସପକ୍ଷରେ ଭୋଟ୍ ମାଗୁଛନ୍ତି । ଜଳେଶ୍ୱରରେ କର୍ମୀ ସମାବେଶ କରିଛନ୍ତି ସୁଦର୍ଶନ ଦାସ ।