ରାହୁଲ ଗାନ୍ଧୀଙ୍କ ସବରକର ବୟାନକୁ ନେଇ ସାମ୍ନାକୁ ଆସିଲେ ସବରକରଙ୍କ ନାତୀ, ରାହୁଲଙ୍କୁ ମାଗିଲେ ଇଂରେଜଙ୍କୁ କ୍ଷମା ମାଗିଥିବାର ପ୍ରମାଣ

3,762

କନକ ବ୍ୟୁରୋ : ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସବରକରଙ୍କ ନାତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେ ସବରକରଙ୍କ ଦ୍ୱାରା ବ୍ରିଟିଶ ସରକାରଙ୍କୁ କ୍ଷମା ମାଗିବା ସମ୍ବନ୍ଧରେ ଦସ୍ତାବିଜ୍ ଓ ସାକ୍ଷୀ ପ୍ରସ୍ତୁତ କରିବାକୁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଭାରତୀୟ ଜନତା ପାର୍ଟି ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବା ନେଇ ଦାବି କରିବା ପରେ ଏହାକୁ ନେଇ ଗଣମାଧ୍ୟମ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ । ଏହା ଉତ୍ତରରେ ରାହୁଲ ଗାନ୍ଧୀ କହିଥିଲେ କି “ମୋ ନାମ ସବରକର ନୁହେଁ, ମୋ ନାମ ଗାନ୍ଧୀ । ଆଉ ଗାନ୍ଧୀ କାହାରିକୁ କ୍ଷମା ମାଗେ ନାହିଁ” । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷିତ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଥିଲେ ।

ରାହୁଲ ଗାନ୍ଧୀଙ୍କର ଏଭଳି ବୟାନ ଉପରେ ସବରକରଙ୍କ ନାତୀ ରଞ୍ଜିତ ସବରକର କହିଛନ୍ତି କି, ରାହୁଲ ଗାନ୍ଧୀ କହୁଛନ୍ତି ସେ କ୍ଷମା ମାଗିବେ ନାହିଁ କାରଣ ସେ ସବରକର ନୁହଁନ୍ତି । ଏହା ଉପରେ ସେ ରାହୁଲ ଗାନ୍ଧୀଙ୍କ ଚ୍ୟାଲେଞ୍ଜ ଦେଇଛନ୍ତି କି ସବରକର କେଉଁଠି କାହାକୁ କ୍ଷମା ମାଗିଥିଲେ ତାହାର ପ୍ରମାଣ ଦିଅନ୍ତୁ । ଏହାସହ ଦେଶଭକ୍ତଙ୍କ ନାମ ପୟୋଗ କରି ରାଜନୀତି ଚକମକାଇବାକୁ ଚାହୁଁଥିବା ଲୋକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।