ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗ : ଆମେରିକା ରଖିଲା ପ୍ରଥମ ପ୍ରତିକ୍ରିୟା, ଗଣତାନ୍ତ୍ରିକ ମୂଲ୍ୟବୋଧରେ ବାକ୍ ସ୍ୱାଧୀନତା ଜରୁରୀ

3,325

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ଘଟଣା ଉପରେ ନଜର ରଖିଛି ଆମେରିକା । ପ୍ରଥମ ଥର ପାଇଁ ଆମେରିକା ଏହି ମାମଲାରେ ପ୍ରତିକ୍ରିୟା ରଖିଛି । ଆମେରିକାର ବିଦେଶ ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ବାକ୍ ସ୍ୱାଧୀନତା ଜରୁରୀ । ଆମେରିକା ଭାରତ ସରକାର ସହ ଯୋଗାଯୋଗରେ ଅଛନ୍ତିି । ରାହୁଲ ଗାନ୍ଧୀଙ୍କ ବହିଷ୍କାର ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ବେଦାନ୍ତ ପଟେଲ ଏହା କହିଛନ୍ତି ।