ପୁରୀ ପରମ୍ପରାରେ ପ୍ରଥମ : ସ୍ନାନଯାତ୍ରା ପୂର୍ବରୁ ବନ୍ଦ ହେଲା ଶ୍ରୀମନ୍ଦିରର ୪ଦ୍ୱାର; ଦର୍ଶନ ନପାଇ ନିରାଶ ହୋଇ ଫେରିଲେ ଭକ୍ତ

255

କନକ ବ୍ୟୁରୋ : ସ୍ନାନଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ବନ୍ଦ । ପ୍ରଥମ ଥର ପାଇଁ ସ୍ନାନପୂଣ୍ଣର୍ମୀ ପୂର୍ବଦିନ ମନ୍ଦିରର ୪ ଦ୍ୱାରକୁ ବନ୍ଦ କଲା ପ୍ରଶାସନ । ପୂର୍ବରୁ ଏଭଳି ଦେଖିବାକୁ କେବେ ମିଳିନଥିଲା । ଦର୍ଶନ ବନ୍ଦ ରୁହେ ହେଲେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲା ରୁହେ । ଚଳିତଥର ମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣରେ ତ୍ରୀବ ନିନ୍ଦା କରାଯାଇଛି ।

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆଜି ମହାପ୍ରଭୁଙ୍କ ସେନାପଟା ଲାଗି । ସେଥିପାଇଁ ଭୋର୍ ୫ଟାରୁ ଅପରାହ୍ଣ ୩ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଥିଲା । ଏବେ ୪ଦ୍ୱାର ବନ୍ଦ ନେଇ ସୂଚନା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।