ପୁରୀ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଘଟଣା : ଇସ୍ତଫା ପ୍ରତ୍ୟାହାର କଲେ ୪ ଡାକ୍ତର

17

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା ଘଟଣା । ଇସ୍ତଫା ପ୍ରତ୍ୟାହାର କଲେ ୪ ଡାକ୍ତର। ଡାକ୍ତରଙ୍କୁ  ସୁରକ୍ଷା ଯୋଗାଇ ଦେବା ନେଇ ଏସପିଙ୍କ ପ୍ରତିଶ୍ରୁତି ପରେ ଇସ୍ତଫା ପ୍ରତ୍ୟାହାର ହୋଇଛି। ବାରମ୍ବାର ଡାକ୍ତରଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗରେ ଆଜି ୪ ଜଣ ଡାକ୍ତର ଇସ୍ତଫା ଦେଇଥିଲେ । ଏନେଇ ପୁରୀ ମେଡିକାଲରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା ।

ଗତକାଲି ପୁରୀ ବଡ ମେଡିକାଲରେ ରୋଗୀମୃତ୍ୟୁକୁ ନେଇ ବ୍ୟାାପକ ଭଂଗାରୁଜା ହୋଇଥିଲା । ଉତ୍ୟକ୍ତ ଲୋକେ ମେଡିକାଲର ଚେୟାର, କାଚ, ଝରକା ଓ ଆସବାବପତ୍ର ଭାଂଗିଦେଇଥିଲେ । ମେଡିକାଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।