ସରକାରୀ ଅଫିସରେ ମାତାଲ୍ ଅଫିସରଙ୍କୁ ନେଇ ଦାମଙ୍କ ଅଜବ ଯୁକ୍ତି : କହିଲେ, ‘ମଦ ଛାଡ଼ି ପାରିବେନି ମଦୁଆ’

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗତକାଲି ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଅଫିସରେ ମଦ ପିଇବା ଦୃଶ୍ୟ ପ୍ରସାରିତ ହେବା ପରେ ଅବକାରୀ ମନ୍ତ୍ରୀଙ୍କ ଅଜବ ଯୁକ୍ତି । ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ମଦ ଛାଡି ପାରିବେ ନାହିଁ ମଦୁଆ । ଏମିତିକି ମଦ ଉପରେ ଲାଇସେନ୍ସ ଫି ବୃଦ୍ଧିକୁ ମଧ୍ୟ ବିରୋଧ କରିଛନ୍ତି । ସେପଟେ ମାତାଲ ଅଫିସରଙ୍କୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବୁଦ୍ଧିଜୀବି ।