ପଞ୍ଜାବ ମୁଖ୍ୟମନ୍ତ୍ରୀ ହେଲିକପ୍ଟରକୁ ଉଡାଣ ପାଇଁ ମିଳିଲାନି ଅନୁମତି: ଘଟଣା ପାଇଁ ମୋଦି ସରକାରଙ୍କୁ ଦାୟୀ କଲା ପ୍ରଦେଶ କଂଗ୍ରେସ

164

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ଯୋଗୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକ୍ୟାପ୍ଟରକୁ ଉଡାଣ ଭରିବାକୁ ଅନୁମତି ଦିଆଯାଇନଥବା ଅଭିଯୋଗ କରିଛନ୍ତି ଚନ୍ନି । ମୁଖ୍ୟମନ୍ତ୍ରୀ ଚନ୍ନି ଆଜି ଦିନ ୧୧ଟାରେ ହୋସିଆପୁର ଗସ୍ତ କାର୍ଯ୍ୟକ୍ରମ ଥିଲା । କିନ୍ତୁ ମୋଦି ପ୍ରଞ୍ଜାବ ଗସ୍ତରେ ଥିବାରୁ ହଠାତ୍ ଚନ୍ନିଙ୍କ ହେଲିକ୍ୟାପ୍ଟରକୁ ଉଡାଣ ଭରିବାକୁ ଅନୁମତି ମିଳିନଥିଲା । ନୋ ଫ୍ଲାଇଙ୍ଗ୍ ଜୋନ ଘୋଷଣା କରାଯିବାରୁ ଚନ୍ନି ହୋସିଆପୁର ଯାଇପାରିନଥିଲେ । ଫଳରେ ହୋସିଆପୁର ରାହୁଲ ଗାନ୍ଧୀଙ୍କ ରାଲିରେ ଯୋଗଦେଇପାରିନଥିବା ଚନ୍ନି ଅଭିଯୋଗ କରିଛନ୍ତି । ଚନ୍ନିଙ୍କ ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରଛନ୍ତି ।