ସେୟାର ବଜାରରେ ପଡିଲା ଚଡକ: ଦିନକରେ ଖସିଲା ୧୭ଶହ ୪୭ ପଏଣ୍ଟ, ନିବେଶକ ହରାଇଲ ୮ଲକ୍ଷ ୫ହଜାର କୋଟି 

160

କନକ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ ଚାହିଦା କମିବାରୁ ଆଜି ଭାରତୀୟ ସେୟାର ବଜାର ପ୍ରଭାବିତ ହୋଇଛି । ବିଏସଇ ସେନସେକ୍ସ ପାଖାପାଖି ୧୭ ଶହ ୫୦ ପଏଂଟ୍ ତଳକୁ ଖସିଛି । ବିଏସଇ ଇଣ୍ଡେକ୍ସ ୫୬ ହଜାର ୪ ଶହ ୬ରୁ ୩ ପ୍ରତିଶତ ଖସି ୫୬ ହଜାର ୨୯୬ରେ ପହଂଚିଛି । ସେହିପରି ଏନଏସଇ ନିଫ୍ଟି ୩ ଦଶମିକ୍ ୬ ପ୍ରତିଶତ ତଳକୁ ଖସି ୫ ଶହ ୩୨ ପଏଂଟରେ ରହିଛି । ଦିନକରେ ନିବେଶକମାନେ ୮ ଲକ୍ଷ କୋଟିରୁ ଅଧକ ଟଙ୍କାର କ୍ଷତି ସହିଛନ୍ତି ।

ଗତ ଶୁକ୍ରବାରରୁ ବିଏସଇ ସହ ଜଡିତ କମ୍ପାନୀ ଗୁଡିକର ସେୟାର ୨ ଶହ ୬୩  ଦଶମିକ୍ ୯୦ ଲକ୍ଷ କୋଟି ଟଙ୍କାରୁ ଖସି ୨ ଶହ ୫୫ ଦଶମିକ୍ ୩୬ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ମୋଟ ଉପରେ ୫୭୭ ଟି ସେୟାରର ବୃଦ୍ଧି ହୋଇଥିବା ବେଳେ ୨ ହଜାର  ୯ ଶହ ୭୩ ସେୟାରର ହ୍ରାସ ଘଟିଛି । ଟାଟା ଷ୍ଟିଲ, ଏଚ୍ଡିଏଫ୍ସି, ଏସବିିଆଇ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ୍ ଏବଂ ଇଣ୍ଡିସୁଲ୍ୟାଣ୍ଡ ବ୍ୟାଙ୍କର ସେୟାରରେ ହ୍ରାସ ଘଟିଛି । ୟୁକ୍ରେନ ସହ ଋଷିଆର ବିବାଦ ଲାଗି ରହିଥିବାରୁ ଏସିଆର ସେୟାର ଗୁଡିକୁ ତଳକୁ ଖସୁଛି ।  ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଅଶୋଧିତ ତେଲ ଦର  ବ୍ୟାରେଲ ଶହେ ଡଲାର ଛୁଇଛି ।