ପୁଣି ଚର୍ଚ୍ଚାକୁ ଆସିଲେ ସାରଥୀ । ଜନ୍ମାଷ୍ଟମୀରେ ବାରିମୂଳ ଆଶ୍ରମରେ ପୂଜାର୍ଚ୍ଚନା । ଆତ୍ମଘୋଷିତ ବାବା ସାରଥୀଙ୍କ ଫଟୋକୁ ପୂଜା କଲେ ଭକ୍ତ ।

173

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । କାରଣ ଦୀର୍ଘ ୭ ବର୍ଷ ପରେ ବାରିମୂଳ ଆଶ୍ରମରେ ସାରଥୀଙ୍କ ଅନୁଗାମୀମାନେ ପୂଜାର୍ଚ୍ଚନା କରିଛନ୍ତି । ଜନ୍ମାଷ୍ଟମୀ ଅବସରରେ ଆତ୍ମଘୋଷିତ ଭଗବାନ ସାରଥୀଙ୍କୁ ଫଟୋକୁ ପୂଜା କରିଛନ୍ତି ତାଙ୍କ ଅନୁଗାମୀ । ସେହି ପୂଜା ସମୟର ଭିଡିଓ ଏବେ ଭାଇରାଲ ହେଉଛି ।

  • ସାରଥୀ ଆଶ୍ରମରେ ପୂଜାର୍ଚ୍ଚନା
  • ବାରିମୂଳ ଆଶ୍ରମରେ ସାରଥୀଙ୍କ ଅନୁଗାମୀ

ଦୀର୍ଘ ୭ ବର୍ଷ ପରେ ପୁଣି ଥରେ କେନ୍ଦ୍ରାପଡା ବାରିମୂଳସ୍ଥିତ ସାରଥୀ ଆଶ୍ରମରେ ପୂଜାର୍ଚ୍ଚନା ଦେଖିବାକୁ ମିଳିଛି । ଜନ୍ମାଷ୍ଟମୀ ଅବସରରେ ଆତ୍ମଘୋଷିତ ଭଗବାନ ସାରଥୀଙ୍କୁ ଫଟୋକୁ ପୂଜା କରିଛନ୍ତି ତାଙ୍କ ଅନୁଗାମୀ । ସେହି ପୂଜା ସମୟର ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଦେଖାଯାଉଛି ସାରଥୀଙ୍କ ଫଟୋକୁ କିଛି ପୁରୁଷ ଓ ମହିଳା ଅନୁଗାମୀ ପୂଜା କରୁଛନ୍ତି ।

୨୦୧୫ ଅଗଷ୍ଟ ୧୫ ତାରିଖରେ ସାରଥୀ ମହିଳାଙ୍କୁ ନିର୍ଯାତନା ଓ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ସେବେଠାରୁ ଏହି ଆଶ୍ରମ ବନ୍ଦ ରହିଛି । ୨.୪୭ ଏକର ଜମି ଉପରେ ନିର୍ମିତ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ଉପରେ କଟକଣା ରହିଛି । କିନ୍ତୁ ଏହି ଆଶ୍ରମ ପରିସରରେ ସାରଥୀଙ୍କ ମାଆ ରହୁଥିବାରୁ ତାଙ୍କ ଦେଖାଶୁଣା କରିବା ପାଇଁ ଜଣେ କେୟାରଟେକରଙ୍କୁ ଯାଇଥାନ୍ତି । ଏବେ ଏହି ଆଶ୍ରମକୁ ପୁଣି ଥରେ ଖୋଲା ଯାଇ ସତସଙ୍ଗ ଚାଲୁ କରିବାକୁ ଦାବି କରିଛନ୍ତି ତାଙ୍କ ଅନୁଗାମୀ ।

ସୂଚନାଯୋଗ୍ୟ ଯେ, ୨୦୧୯ରୁ ସାରଥୀ ଜାମିନ ପାଇ ଜେଲରୁ ବାହାରିଥିଲେ ବି ବାରିମୂଳ ଆଶ୍ରମକୁ ତାଙ୍କ ଯିବା ଉପରେ କଟକଣା ଲଗାଇଛନ୍ତି କୋର୍ଟ । ଆଉ କୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସାରଥୀ ଆଶ୍ରମକୁ ଯାଉନାହାଁନ୍ତି ।