ବିଦ୍ୟୁତ ଶୁଳ୍କ ଧାର୍ଯ୍ୟ ପାଇଁ ଆଜିଠୁ ଜନ ଶୁଣାଣି ! ଓଇଆରସିଙ୍କ ନିକଟରେ ୧୮ ଯାଏଁ ଚାଲିବ ଏହି ପ୍ରକ୍ରିୟା

27

କନକ ବ୍ୟୁରୋ: ବଢ଼ିବ କି ବିଦ୍ୟୁତ ଶୁଳ୍କ? ଏନେଇ ଆଜିଠୁ ଆରମ୍ଭ ହେବ ଆଜି ଜନ ଶୁଣାଣି । ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିକଟରେ ହେବ ଜନ ଶୁଣାଣି । ବିଦ୍ୟୁତ ଉତ୍ପାଦନ କରୁଥିବା ୨ଟି ସଂସ୍ଥା ଶୁଳ୍କ ବଢ଼ାଇବା ପାଇଁ ଓଇଆରସିଙ୍କ ପାଖରେ ଆବେଦନ କରିଛନ୍ତି । ଗତବର୍ଷ ଜନ ଶୁଣାଣିବେଳେ ଉପଭୋକ୍ତା ସଂଘର ଜୋରଦାର ବିରୋଧ ଯୋଗୁଁ ଆୟୋଗ ଶୁଳ୍କ ବଢ଼ାଇ ନଥିଲେ ।

ଆଜି ଶୁଣାଣିର ପ୍ରଥମ ଦିନରେ ଓଡିଶା ଜଳ ବିଦ୍ୟୁତ ନିଗମ ଓ ଓଡିଶା ତାପଜ ବିଦ୍ୟୁତ୍ ନିଗମ ନିଜର ପକ୍ଷ ରଖିବେ । ଓଏଚପିସିର ଆବେଦନ ଅନୁଯାୟୀ ଜଳ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି । ଏହା ସହ ସଂସ୍ଥାର ଋଣ, ଆବଶ୍ୟକ ହିସାବ କରି ୟୁନିଟ୍ ପିଛା ଉତ୍ପାଦନ ଟଙ୍କା ୧ଟଙ୍କା ୮୨ ପଇସା ହେଉଛି । ହେଲେ ଓଏଚପିିସି ୟୁନିଟ୍ ପିଛିା ମାତ୍ର ୮୩ ପଇସା ହିସାବରେ ବିଜୁଳି ଦେଉଛି । ତେଣୁ ଏକା ଥରକେ ସଂସ୍ଥା ୨ଗୁଣ ଶୁଳ୍କ ବୃଦ୍ଦି କରିବା ପାଇଁ ଆବେଦନ କରିଛି ।

ସେହିପରି ଓପିଜିସି ମଧ୍ୟ ୟୁନିଟ୍ ପିଛା ୧ଟଙ୍କା ୯୦ରୁ ବଢ଼ାଇ ୨ଟଙ୍କା ୨୦ କରିବାକୁ ଓଇଆରସିଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିବ । ବିଦ୍ୟୁତ ଉତ୍ପାଦନ କରୁଥିବା ସଂସ୍ଥାଙ୍କ ପାଖରୁ ଉଚ୍ଚା ଦରରେ ବିଜୁଳି କିଣି କ୍ଷତି ସହୁଥିବା ଗ୍ରୀଡକୋ ମଧ୍ୟ ଶୁଳ୍କ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିବାର ସମ୍ଭାବନା ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-