ଜୋର ଧରିଲା ସୁଧାନଗରକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବି । ପ୍ଲା-କାର୍ଡ ଧରି ପ୍ରତିବାଦ କଲେ ନିଆଳି ବ୍ଲକ ଏକବେରୁଆଁ ପଡା ଗ୍ରାମବାସୀ. ମାନ୍ୟତା ନମିଳିଲେ ଭୋଟ୍ ବର୍ଜନ

35

କନକ ବ୍ୟୁରୋ : ଜୋର ଧରିଲା ସୁଧାନଗରକୁ ରାଜସ୍ୱ ଗ୍ରାମ ମାନ୍ୟତା ଦାବି । କଟକ ଜିଲ୍ଲା ନିଆଳି ବ୍ଲକ ଏକବେରୁଆଁ ପଡା ଗ୍ରାମ ସୁଧାନଗରକୁ ରାଜସ୍ୱଗ୍ରାମ ମାନ୍ୟତା ପାଇଁ ଦାବି କରାଯାଉଛି । ମାନ୍ୟତା ନମିଳିଲେ, ଗ୍ରାମବାସୀ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ଏ ନେଇ ଗ୍ରାମବାସୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ଦିନ ହେଲା ସୁଧାନଗରକୁ ରାଜସ୍ୱ ଗ୍ରାମର ମାନ୍ୟତା ଲାଗି ଦାବି କରାଯାଉଛି । ରାଜ୍ୟ ସରକାର ୨୦୧୧ ଜୁଲାଇ ୨୮ ତାରିଖରେ ପଡ଼ାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ଲାଗି ବିଜ୍ଞପ୍ତି ଜାରି କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ସର୍ତାବଳୀକୁ ବହୁ ଅଧô୍କ ମାତ୍ରାରେ ପୂରଣ କରୁଥିଲେ ମଧ୍ୟ ଏହି ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳୁନାହିଁ । ରାଜସ୍ୱ ଗ୍ରାମର ମାନ୍ୟତା ଦେବାକୁ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ, ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ପ୍ରମିଳା, ନିଆଳି ତହସିଲଦାର ସୁପାରିସ କରିଥô୍ଲେ । ମାତ୍ର ଏପର୍ଯ୍ୟନ୍ତ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରି ନାହିଁ । ସେଥିପାଇଁ ପଡାଗ୍ରାମ ସୁଧାନଗରର ୩ଟି ୱାର୍ଡର ଜନସାଧାରଣ ହାତରେ ପ୍ଲା-କାର୍ଡ ଧରି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ସମୁହ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।