ସୋସିଆଲ ମିଡିଆରେ ନୟାଗଡ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ କଦର୍ଯ୍ୟ କରି ଦେଖାଇବା ଘଟଣା । ସମ୍ବିତ ପାତ୍ରଙ୍କ ସହ କର୍ମୀଙ୍କ ପ୍ରତିବାଦ

3,280

କନକ ବ୍ୟୁରୋ: ସୋସିଆଲ ମିଡିଆରେ ନୟାଗଡ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ କଦର୍ଯ୍ୟ କରାଯିବା ଘଟଣାରେ ପ୍ରତିବାଦ । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି । ଆମ ପାଇଁ ବଡ ଆମ ନୟାଗଡ ନାମକ ଏକ ଫେସବୁକ୍ ଜରିଆରେ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ କଦର୍ଯ୍ୟ କରି ଦର୍ଶାଯାଇଛି । ତାଙ୍କୁ ପୁତନା ବୋଲି ସମ୍ବୋଧନ କରାଯିବା ସହ ଆଗାମୀ ନିର୍ବାଚନରେ ତାଙ୍କୁ ବଦ୍ଧ କରାଯିବ ବୋଲି ପୋଷ୍ଟ କରାଯାଇଛି । ଏହାକୁ ପ୍ରତିବାଦ କରିଛି ନୟାଗଡ ବିଜେପି । ଏହି ପୋଷ୍ଟ ନୟାଗଡ ବିଧାୟକ, ପୌରପାଳିକା ଭାଇସ୍ ଚେୟାରମ୍ୟାନ ଆଦି ବହୁ ହେଭିୱେଟ୍ ନେତାଙ୍କୁ ଟ୍ୟାଗ ହୋଇଥିବାବେଳେ ଏହାକୁ ଘୋର ନିନ୍ଦା କରିଛି ବିଜେପି । ବୁଧବାର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ ବିଧାନସଭା ପ୍ରାର୍ଥିନୀ ପ୍ରତ୍ୟୁଷା ଶତାଧିକ ମହିଳାଙ୍କୁ ନେଇ ଏକ ବୈଠକରେ ଏହାର ଦୃଢ ପ୍ରତିବାଦ କରିଥିବା ବେଳେ ପରେ ପଦଯାତ୍ରା କରି ମୁଖ୍ୟ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ପ୍ରସଙ୍ଗକୁ ଭୁବନେଶ୍ୱର ନିଆଯିବା ସହ ନୂଆଦିଲ୍ଲୀରେ ମଧ୍ୟ ଉଠାଇବେ ବୋଲି କହିଛନ୍ତି ସମ୍ବିତ । ସେପଟେ ଏ ନେଇ ବିଜେପି ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସ ରମାକାନ୍ତ ପଣ୍ଡା ନାମକ ଜଣେ ଯୁବକକୁ ଗିରଫ କରିଛି ।