କୁହୁଡିର ଭ୍ରମ ସୃଷ୍ଟି କଲା ଚାଷ ଜମିରେ ଲାଗିଥି ବା ନିଆଁ । ଅସ୍ତରଙ୍ଗ, କାକଟପୁରରୁ ଆସିଲା ଚିତ୍ର, ନିଶ୍ୱାସ-ପ୍ରଶ୍ୱାସ ସହ ଚର୍ମଜନିତ ସମସ୍ୟା

79

କନକ ବ୍ୟୁରୋ : ଯୁଆଡ଼େ ଦେଖିବ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । କିନ୍ତୁ ବାସ୍ତବରେ ଏହା କୁହୁଡ଼ି ନୁହେଁ । ଧାନକ୍ଷେତରେ ଲାଗିଥିବା ନିଆଁରୁ ସୃଷ୍ଟି ହୋଇଛି ଏଭଳି ଧୂଆଁ । ଅସ୍ତରଙ୍ଗ ଓ କାକଟପୁରରୁ ଆସିଛି ଏଭଳି ଦୃଶ୍ୟ । ମେସିନ ସାହାଯ୍ୟରେ ଧାନ ଅମଳ କରିବା ପରେ ଚାଷ ଜମିରେ ପଡ଼ି ରହୁଛି ଧାନ ଗଛ । ଏସବୁକୁ ଘରକୁ ନେବା ବଦଳରେ ସେହି କ୍ଷେତରେ ନିଆଁ ଲଗାଇ ପୋଡି ଦିଆଯାଉଛି । ଅସ୍ତରଙ୍ଗ ଏବଂ କାକଟପୁର ଅଂଚଳରେ ପ୍ରାୟ ଶହଶହ ଏକର ଚାଷ ଜମିରେ ପଡିରହିଥିବା ନଡାକୁ ପୋଡିଦିଆଯାଉଥିବା ଦେଖିବାକୁ ମିଳିଛି । ନିଆଁରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳ ପ୍ରଦୂଷଣ କରିବା ସହ ଜନଜୀବନ ଅସ୍ତବ୍ୟସ୍ତ କରୁଛି । ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢିବା ସହିତ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିପାଇବାରେ ଲାଗିଛି ।

ଚାଷ ଜମିରେ ଲାଗିଥିବା ନିଆଁର ପ୍ରଭାବ କାକଟପୁର ଓ ଅସ୍ତରଙ୍ଗ ଅଂଚଳରେ ଦେଖିବାକୁ ମିଳିଛି । ପ୍ରଦୂଷଣ ଯୋଗୁଁ ବୟସ୍କ ଓ ଶିଶୁମାନଙ୍କ ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି । ଏମିତିକି ଚର୍ମଜନିତ ସମସ୍ୟା ମଧ୍ୟ ଦେଖା ଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବେଶବିତ୍ । ଆଗକୁ ଏହା ବଡ଼ ବିପଦକୁ ଟାଣି ଆଣିବାର ମଧ୍ୟ ସମ୍ଭାବନା ଥିବା କହିଛନ୍ତି ।

ଦିନକୁ ଦିନ ସହରାଂଚଳ ପରି ଗ୍ରାମାଂଚଳରେ ବ୍ୟାପକ ଗଛ କଟା ସହିତ ଧାନ ଜମିରେ ନିଆଁ ଲାଗିବାରୁ ସୃଷ୍ଟ ଧୂଅାଁ ପରିବେଶ ପାଇଁ ବଡ଼ ବିପଦ ଆଣିବାକୁ ଯାଉଛି । ଆଉ ଏହା ମାନବ ସମାଜ ଏବଂ ଜୀବଜଗତ ପାଇଁ ଏକ ବିନାଶ ର ଦିଗକୁ ନେଇଯିବାର ପରିସ୍ଥିତି ସୃଷ୍ଟି ହୋଇଛି ।