ନାମାଙ୍କନ ଦାଖଲ କଲେ ଓ ଦମ୍ ଦେଖାଇଲେ । ନାମାଙ୍କନ ପୂର୍ବରୁ ଦେବେଶଙ୍କ ଶକ୍ତି ପ୍ରଦର୍ଶନ ।

248

କନକ ବ୍ୟୁରୋ: ନାମାଙ୍କନ ଦାଖଲ କଲେ ଓ ଦମ୍ ଦେଖାଇଲେ । ବରଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ନାମାଙ୍କନ ଭରିବା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିରାଟ ଶୋଭାଯାତ୍ରରେ ହଜାର ହଜାର କର୍ମୀଙ୍କ ସହ ରୋଡ ସୋ କରିଛନ୍ତି ଦେବେଶ ଆଚାର୍ଯ୍ୟ । ନଦୀପଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ ଦେବେଶ ଆଚାର୍ଯ୍ୟ । ଶୋଭାଯାତ୍ରାରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁର ବିଧାୟିକା ପ୍ରାର୍ଥୀ ରୀତା ସାହୁ, ପଦ୍ମପୁର ବିଜେଡି ବିଧାୟିକା ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରମୁଖ ସାମିଲ ହୋଇଥିଲେ ।