ନାମାଙ୍କନ ଭରିଲେ ମନ୍ମଥ ରାଉତରାୟ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କଲେ ପ୍ରାର୍ଥିପତ୍ର ।

177

କନକ ବ୍ୟୁରୋ: ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ । ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ଭରିଛନ୍ତି । ତେବେ ଆଜି ସକାଳୁ କର୍ମୀଙ୍କ ଗହଳି ଭିତରେ ନାମାଙ୍କନ ଭରିବାକୁ ବାହାରିଥିଲେ ମନ୍ମଥ । ଶଗଡ ଗାଡିରେ ବସି ସେ ନାମାଙ୍କନ କରିବାକୁ ବାହାରିଥିଲେ । ଏଥସହ ହାତରେ ଶଙ୍ଖ ଧରି ସେ ପ୍ରାର୍ଥିପତ୍ର ଭରିବାକୁ ବାହାରିଥିଲେ । ଆଉ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ କରିଛନ୍ତି ମନ୍ମଥ । ସୂଚନାଯୋଗ୍ୟ ଯେ, ଏଥର ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ସମ୍ମୁଖରେ ଅଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ କଂଗ୍ରେସ ପ୍ରାର୍ଥୀ ୟାସିର୍ ନୱାଜ୍ ।