ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: ୭ ଦିନ ଭିତରେ ପ୍ରସ୍ତୁତି ସାରିବାକୁ ଘରୋଇ ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ

122

କନକ ବ୍ୟୁରୋ: ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ବିଭିନ୍ନ ଘରୋଇ ହସ୍ପିଟାଲ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା । ଘରୋଇ ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୭ ଦିନ ଭିତରେ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଇସିୟୁ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ କରୋନା ପୁଣି ବଢୁଥିବାରୁ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର । ଘରୋଇ ଓ ସରକାରୀ ହସ୍ପିଟାଲ ଗୁଡିକ ଆଗୁଆ ପ୍ରସ୍ତୁତ ରଖିବାକୁ କାମ ଆରମ୍ଭ କରିଛନ୍ତି । ସେହିପରି ରାଜ୍ୟରେ କରୋନା ପାଇଁ ପୁଣି କଟକଣା ଜାରି କରିଛନ୍ତି ସରକାର ।