କରୋନା ଭୟ ଭିତରେ କିପରି ହେବ ନିର୍ବାଚନ? ନୀତି ଆୟୋଗ ଓ ଗୃହ ମନ୍ତ୍ରଳାୟ ସହିତ ନିର୍ବାଚନ କମିଶନଙ୍କ ବୈଠକ

104

କନକ ବ୍ୟୁରୋ: ଦେଶରେ କରୋନାର ଭୟ ଭିତରେ କିପରି ହେବ ନିର୍ବାଚନ? ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଦେଶରେ ବର୍ତମାନର କରୋନା ସ୍ଥିତି ନେଇ ନିର୍ବାଚନ କମିଶନକୁ ଅବଗତ କରାଉଛନ୍ତି । କରୋନା ସ୍ଥିତି ନେଇ ଦ୍ୱିତୀୟ ଥର ନିର୍ବାଚନ କମିଶନକୁ ଅବଗତ କରାଉଛନ୍ତି । ଆଗକୁ ୫ଟି ରାଜ୍ୟରେ ନିର୍ବାଚନ ହେବାର ଅଛି । ଉତରପ୍ରଦେଶ, ଉତରାଖଣ୍ଡ, ଗୋଆ, ପଂଜାବ ଓ ମଣିପୁରରେ ନିର୍ବାଚନ ହେବ । ତେଣୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କିପରି ନିର୍ବାଚନ ହେବ ସେନେଇ ନିର୍ବାଚନ କମିଶନ ନିଷ୍ପତି ନେବେ । ଏପଟେ ଭର୍ଚୁଆଲ ରାଲି ଓ ଅନ୍ଲାଇନ୍ ଭୋଟିଂ ହୋଇପାରିବ କି ନାହିଁ, ସେନେଇ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଉତରାଖଣ୍ଡ ହାଇକୋର୍ଟ । ଜାନୁଆରୀ ୧୨ ତାରିଖ ସୁଦ୍ଧା ଏହା ଉପରେ ପ୍ରତିକ୍ରିୟା ଦାଖଲ କରିବାକୁ ଇସିଆଙ୍କୁ କୁହାଯାଇଛି ।