ସିବିଆଇ ଜାଲରେ ପାରାବୋଲିକ୍ ଫାର୍ମା କମ୍ପାନୀ ମାଲିକ: ୧ ହଜାର ୬୨୬ କୋଟି ଠକେଇ ମାମଲାରେ ଗୁପ୍ତା ଭାଇଙ୍କ ନାମରେ ମାମଲା ରୁଜୁ

130

କନକ ବ୍ୟୁରୋ: ଜାଲି କାଗଜପତ୍ର ଦେଖାଇ ବିଭିନ୍ନ ବ୍ୟାଙ୍କରୁ ଏକ ହଜାର କୋଟିରୁ ଅଧିକ ଟଙ୍କା ନେଇ ସିବିଆଇ ଜାଲରେ ଚଣ୍ଡିଗଡର ଦୁଇ ଭାଇ ପ୍ରଣବ ଗୁପ୍ତା ଓ ଭୀନିତ ଗୁପ୍ତା । ଅଶୋକା ୟୁନିଭର୍ସିଟିର କୋ-ଫାଉଣ୍ଡର ଏହି ଗୁପ୍ତା ଭାଇ ଏକ ପାରାବୋଲିକ୍ ନାମରେ ଫାର୍ମା କମ୍ପାନୀ ଖୋଲିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ, ୟୁକୋ ବ୍ୟାଙ୍କ, ଆଇସିଆସିଆଇ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, କାନାରା ବ୍ୟାଙ୍କ ଏବଂ ଏସଆଇଡିବିଆଇ ବ୍ୟାଙ୍କରୁ ୧ ହଜାର ୬ଶହ ୨୬ କୋଟି ଲୋନ୍ ନେଇଛନ୍ତି । ଏନେଇ ସିବିଆଇ ଗୁପ୍ତା ଭାଇଙ୍କ ସମେତ ୧୦ ଜଣଙ୍କ ନାମରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି । ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ରେଡ୍ କରୁଛି ସିବିଆଇ ।