ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବନ୍ଧା ହେଲେ ରସିକିଆ ପ୍ରିନ୍ସିପାଲ । ମାଲକାନଗିରିର ଘଟଣା ।

284

କନକ ବ୍ୟୁରୋ: ଯୁକ୍ତ ଦୁଇ ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରି ବନ୍ଧା ହେଲେ ରସିକିଆ ପ୍ରିନ୍ସିପାଲ । ମାଲକାନଗିରି ଏମଭି ୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ପରୀକ୍ଷାରେ ସାହାଯ୍ୟ କରିବା କହି ଅସଦାଚରଣ କରି ଥିବା ନେଇ ମାଲକାନଗିରି ଥାନା ରେ ଏତଲା ଦେଇଛନ୍ତି ପୀଡିତା ଛାତ୍ରୀ । ଏଥି ସହ ପିଡିତା ଛାତ୍ରୀ ଙ୍କୁ ହ୍ୱାଟ୍ସଆପରେ ପ୍ରେମ ନିବେଦନ କରି ତାଙ୍କ ସହ ସମ୍ପର୍କ ରଖିବା ଲାଗି ବାଧ୍ୟ କରାଯାଉ ଥିବା ନେଇ ମାଲାକନଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ଆଉ ପୀଡିତା ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ଏମଭି ୭୯ ସ୍ଥିତ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଢୀଙ୍କୁ ପୋକସୋ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୁଲିସ ।