ବନ୍ଧା ହେଲେ ସ୍କୋର୍ପିଓ ଲୁଟେରା । ଭୁବନେଶ୍ୱର ଉଦୟଗିରି ବିହାରରୁ ଗିରଫ ୨ ଲୁଟେରା ।

184

କନକ ବ୍ୟୁରୋ: ରାଜଧାନୀ ସ୍ଥିତ ଉଦୟଗିରି ବିହାର ଅଞ୍ଚଳରୁ ସ୍କୋର୍ପିଓ ଗାଡି ଲୁଟ ଘଟଣାର ଅଭିଯୁକ୍ତ ଗିରଫ । ଦୁଇ ଅଭିଯୁକ୍ତ ସିଧାର୍ଥ ରାଉତରାୟ ଓ ସୋମନାଥ ଡାକୁଆଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଉଭୟ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଭୁବନେଶ୍ୱର ସପିଙ୍ଗ ମଲରେ କାମ କରୁଥିଲେ । ଉଦୟଗିରି ବିହାରର ଏକ କନଷ୍ଟ୍ରକ୍ସନ ସାଇଟରୁ ଗାଡିକୁ ଚୋରି କରିଥିଲେ । ଚୋରି ଗାଡ଼ିଟିକୁ ୟୁନିଟ ୧ ଅଞ୍ଚଳରେ ଲୁଚାଇ ରଖିଥିଲେ । ଆଜି ବିକିବାକୁ ନେବା ସମୟରେ ମାଡି ବସିଲା ପୋଲିସ । ଜବତ ଗାଡିକୁ ମାଲିକ କମ୍ବୁ ପାଣି ପାତ୍ରଙ୍କୁ ହସ୍ତାନ୍ତର କରିଛି ପୋଲିସ ।