ମୋଦୀଙ୍କ ମିଶନ ଦକ୍ଷିଣଭାରତ: ଅବ କି ବାର ୪୦୦ ପାର ଲକ୍ଷ୍ୟ ପୂରା କରିବାକୁ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

145

କନକ ବ୍ୟୁରୋ: ନିର୍ବାଚନ ବିଗୁଲ ବାଜିସାରିଛି । ରାଜନୈତିକ ଦଳମାନଙ୍କ କସରତ ମଧ୍ୟ ଜୋରଦାର ହୋଇଛି । ଏହା ଭିତରେ ମିଶନ ୪୦୦ ଟାର୍ଗେଟ ପୂରା କରିବାକୁ ବିଜେପି ଏଥରକ ଦକ୍ଷିଣ ଭାରତ ଉପରେ ଅଧିକ ଫୋକସ କରୁଛି । ଏହାର ତାଜା ପ୍ରମାଣ ଦେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାରାଥନ ଦକ୍ଷିଣଭାରତ ଗସ୍ତ । କୁହାଯାଉଛି ଅବ କି ବାର ୪ଶହ ପାରକୁ ମିଶନକୁ ସଫଳ କରିବାକୁ ବିଜେପିକୁ ଦରକାର ୫ ଦକ୍ଷିଣ ଭାରତ ରାଜ୍ୟର ୧୨୯ ଆସନ । ୪୦୦ ଲକ୍ଷ୍ୟ ପୂରା କରିବା ପାଇଁ ଏହି ୧୨୯ ଆସନର ରହିଛି ବଡ ଭୂମିକା ।

ବିଜେପିର ଫୋକସରେ ଦକ୍ଷିଣଭାରତ

-ଦକ୍ଷିଣଭାରତର ୫ରାଜ୍ୟ ବିନା ବିଜେପିକୁ ନିଜ ଲକ୍ଷ୍ୟ ପୂରା କରିବା କାଠିକର ପାଠ ସାବ୍ୟସ୍ତ ହୋଇପାରେ
-ତାମିଲନାଡୁରେ ୩୯, କେରଳରେ ୨୦, ତେଲେଙ୍ଗାନାରେ ୧୭, ଆନ୍ଧ୍ରପ୍ରଦେଶରେ ୨୫, କର୍ଣ୍ଣାଟକରେ ୨୮ ଲୋକସଭା ଆସନ ରହିଛି
-ଦକ୍ଷିଣଭାରତରେ ୫ରାଜ୍ୟରେ ମୋଟ ୧୨୯ ଲୋକସଭା ଆସନ ରହିଛି
-୧୨୯ ଆସନରୁ ବିଜେପି ଯେତେ ଅଧିକ ଆସନ ଜିତିବ ୪୦୦ ଆସନ ଲକ୍ଷ୍ୟ ପୂରା କରିବା ଦଳ ପାଇଁ ସେତିକି ସହଜ ହେବ
ଯଦି ନଜର ପକାଇବା ୨୦୧୯ ସାଧାରଣ ନିର୍ବାଚନ ଉପରେ ତେବେ…
-୨୦୧୯ ନିର୍ବାଚନରେ ବିଜେପି ଦକ୍ଷିଣଭାରତର ୫ରାଜ୍ୟର ୧୨୯ ଆସନରୁ କେବଳ ୨୯ ଆସନ ଜିତିଥିଲା
-କର୍ଣ୍ଣାଟକର ୨୫ ଓ ତେଲେଙ୍ଗାନାର ୪ ଆସନ ନିଜ ନାଁରେ କରିପାରିଥିଲା ଦଳ
-ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳର ୮୪ ଆସନରୁ ଗୋଟିଏ ଆସନ ବି ଜିତପାରିନଥିଲା ବିଜେପି

ଯଦି ନଜର ପକାଇବା କର୍ଣ୍ଣାଟକ, ତେଲେଙ୍ଗାନା ଉପରେ ତେବେ ଏହି ରାଜ୍ୟରେ ଯଦିଓ କଂଗ୍ରେସ ଓ ସରକାର ରହିଛି ତଥାପି ବିଜେପିର ସ୍ଥିତି କିଛି ମାତ୍ରାରେ ଭଲ ରହିଛି । ୨୦୧୪ ନିର୍ବାଚନରେ ଯେଉଁଠି ବିଜେପି କର୍ଣ୍ଣାଟକରେ ୧୭ଆସନ ପାଇଥିଲା ଓ ୨୦୧୯ରେ ୨୫ଆସନ ଜିତିଥିଲା । ସେପଟେ ଆନ୍ଧ୍ରପ୍ରଦେଶରେ ଜଗନମୋହନ ରେଡ୍ଡୀ ସରକାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦୁଇ ଆଂଚଳିକ ଦଳ ଟିଡିପି ଓ ଜନସେନା ପାର୍ଟି ସହ ମେଂଟ କରିସାରିଛି ବିଜେପି । ଆଗକୁ କେରଳ, ତାମିଲନାଡୁ, ତେଲେଙ୍ଗାନ ପାଇଁ ବଡ ନିଷ୍ପତି ନେଇପାରେ ଦଳ । ୨୦୨୪ରେ ସେହି ବିଫଳତାକୁ ନଦୋହରାଇବା ପାଇଁ ଏଥରକ ନିଜେ ମଙ୍ଗ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।ତେଣୁ ମିଶନ ଦକ୍ଷିଣଭାରତ ପାଇଁ ବାହାରିପଡିଛନ୍ତି । ୧୨୦ ଘଂଟା ଭିତରେ ୫ରାଜ୍ୟରେ ପହଁଚି ପ୍ରଚାରକୁ ଜୋରଦାର କରିବା ସହ ଭୋଟ ମାଗିବାକୁ ବଡ ବଡ ଜନସଭା ଓ ବିଶାଳ ରୋଡ ଶୋ କରୁଛନ୍ତି ମୋଦୀ ।