ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ, ଅମ୍ବାଜୀ ମନ୍ଦିରରେ କଲେ ପୂଜାପାଠ ଓ ଆଳତି: ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କାର ଭେଟି

181

କନକ ବ୍ୟୁରୋ: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କା ପ୍ରକଳ୍ପର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଜରାଟର ବନାସକାଂଟରେ ମୋଦୀ ବିରାଟ ରୋଡ ଶୋ କରିଛନ୍ତି । ରୋଡ ଶୋ ପରେ ଗୁଜରାଟର ଅମ୍ବାଜି ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ । ମଙ୍ଗଳବାର ସକାଳ ୮ଟାରେ ସେ କେଭଡିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ପୁଷ୍ପମାଲ୍ୟ ଅପର୍ଣ କରିବା ପରେ, ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିବେ ।