କନକ ବ୍ୟୁରୋ: ସି.ଆର ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ, ଏଲ. ଟି ପ୍ରଡ଼କସନ୍ ସହଯୋଗୀତାରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା” ର ଅଡିଓ ରିଲିଜ୍ କାର୍ୟ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ମହାଡ଼ମ୍ବରରେ ହୋଇଯାଇଛି । ଗୀତଗୁଡିକୁ ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକ ଲେଖିଛନ୍ତି । ସେଇ ଗୀତଗୁଡିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର । କଣ୍ଠଦାନ କରିଛନ୍ତି ଓଲିଉଡ଼ର ନାମୀ ତଥା ଦାମୀ ଗାୟକ ଗାୟିକା ହ୍ୟୁମାନ ସାଗର, ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ ଓ ରୋଜାଲିନ । ଗୀତ ଗୁଡିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ୟଙ୍ଗ କୋରିଓଗ୍ରାଫର ଲୁବୁନ ଟୁବୁନ । ନୃତ୍ୟ ନିର୍ଦ୍ଦେଶନା ସହିତ ଲାଇନ ପ୍ରଡ୍ୟୁସର ମଧ୍ୟ ରହିଛନ୍ତି ଲୁବୁନ ଟୁବୁନ । “ଓଁ ସ୍ୱାହା” ର କାହାଣୀ ବିଜୟ ଦ୍ବିବେଦୀ ଏବଂ ସଂଳାପ ଲେଖକ ହର ବାରିକ ଲେଖିଛନ୍ତି । ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, କ୍ରିଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ । ଡିଓପି ଦିଲ୍ଲୀପ ବାରିକ ଏବଂ ଏଡିଟିଂ ଦାୟିତ୍ୱରେ ଆଗଧାଡିର ଏଡିଟର ଚନ୍ଦ୍ରଶେଖର ମିଶ୍ର ଅଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅଭିନୟରେ ଅଛନ୍ତି ନାୟକ ଜ୍ୟୋତି, ନାୟିକା ଦିବ୍ୟା, ସସ୍ମିତା ଙ୍କ ସମେତ ସ୍ବର୍ଗତ ରାଇମୋହନ ପରିଡା, ପ୍ରତିଭା ପଣ୍ଡା, ମମତା ଅପା, ସରୋଜ ଦାସ, ଶୈଳେନ୍ଦ୍ର, ଚିନ୍ତାମଣି, କେ.କେ, ଡିସ୍କୋ ରେଡ୍ଡୀ, କାଳିଆ ଭାଇ, ଜୀବନ ପଣ୍ଡା, ବାବୁ ପ୍ରଧାନ ଏବଂ ଅସିତ ପତି । ସ୍ବର୍ଗତ ରାଇମୋହନ ପରିଡା ଙ୍କର ଅଭିନୀତ ଓଁ ସ୍ୱାହା ଶେଷ ଚଳଚ୍ଚିତ୍ର ଥିଲା । ତାଙ୍କ ମୃତ୍ୟୁ ପରେ ଆଉ ଶୁଭିନଥିଲା ତାଙ୍କର ସେ ଗାମ୍ଭୀର୍ୟ୍ୟ ସଂଳାପ । ଯେଉଁ ଦର୍ଶକ ମାନେ ତାଙ୍କ ଅଭିନୟ କୁ ଭଲ ପାଆନ୍ତି ନିଶ୍ଚିତ ଭାବେ ଦର୍ଶକ ପ୍ରେକ୍ଷାଳୟ କୁ ଆସିବେ । ଏସ ଦିଲ୍ଲୀପ ପଣ୍ଡା ଙ୍କ ନିର୍ଦ୍ଦେଶନା ରେ ପୂର୍ବରୁ ଦର୍ଶକ ଅନେକ ହିଟ ସିନେମା ଦେଖିଛନ୍ତି । ତେବେ ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଓଁ ସ୍ୱାହା । ମଳୟ ମିଶ୍ର ଙ୍କ ସଙ୍ଗୀତ ର ଯାଦୁ ରେ ଶ୍ରୋତା ବେଶ ମତୁଆଲା ହେଇଆସିଛନ୍ତି ଦୀର୍ଘ ବର୍ଷରୁ । ତେଣୁ ଏହି “ଓଁ ସ୍ୱାହା” ଚଳଚ୍ଚିତ୍ର ମଧ୍ୟ ସୁପରହିଟ ହେବ, ଦର୍ଶକ ବେଶ ପସନ୍ଦ କରିବେ ବୋଲି ମିଡ଼ିଆ ପ୍ଲାନର ମୁଖ୍ୟ ତଥା ସିନେମା ର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ଦେଇଛନ୍ତି ।