ସଂରକ୍ଷଣ ଦାବିରେ ଜଳୁଛି ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲା: ଏନସିପି ବିଧାୟକଙ୍କ ଘର ପୋଡିଲେ, ଟେକା ପଥର ମାଡ କଲେ ଉପଦ୍ରବକାରୀ

142

କନକ ବ୍ୟୁରୋ: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ହିଂସାତ୍ମକ ରୂପ ନେଇଛି । ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀ ମାନେ ବିଧାୟକଙ୍କ ଘର ଜାଳି ଦେଇଛନ୍ତି । ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଘରର ବେସମେଂଟରେ ଥିବା ଗାଡିରେ ପ୍ରଥମେ ନିଆଁ ଲଗାଇଥିଲେ । ପରେ ଏହା ଭୟଙ୍କର ରୂପ ନେଇଥିଲା । ଦେଖୁ ଦେଖୁ ପୂରା ନିଆଁ ଘରକୁ ବ୍ୟାପି ଯାଇଥିଲା । ପୂରା ଅଂଚଳରେ ଧୂଆମୟ ହୋଇଯାଇଥିଲା । ସେପଟେ ଅଜିତ ପାୱାରଙ୍କ ବିଧାୟକଙ୍କ ଘରେ ବି ପୋଡାଜଳା କରାଯାଇଛି । ମରାଠା ସଂରକ୍ଷଣକୁ ନେଇ ଏବେ ଆନ୍ଦୋଳନକାରୀମାନେ ହିଂସାପରାୟଣ ହୋଇପଡିଛନ୍ତି । ସେପଟେ ଘଟଣା ପରେ ବିଧାୟକ ପ୍ରକାଶ ସୋଲାଙ୍କେ କହିଛନ୍ତି, ଯେଉଁ ସମୟରେ ଆନ୍ଦୋଳନକାରୀ ମାନେ ନିଆଁ ଲଗାଇଲେ ସେତେବେଳେ ପୂରା ପରିବାର ଘର ଭିତରେ ଉପସ୍ଥିତ ଥିଲେ, ହେଲେ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ । ସେହିପରି ନିଆଁ ଲଗାଇବା ଯୋଗୁଁ ବ୍ୟାପକ ଧନ ସମ୍ପତି କ୍ଷୟକ୍ଷତି ହୋଇଛି । ବେଶ କିିଛି ଦିନ ହେବ ମରାଠା ସମ୍ପ୍ରଦାୟଙ୍କୁ ଓବିସି ସଂରକ୍ଷଣ ଦେବାକୁ ଦାବି ହୋଇ ଆସୁଛି ।