ଚିତାକୁ ନେଇ ତେଜୁଛି ରାଜନୀତି। ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ। 

96

କନକ ବ୍ୟୁରୋ: ଦୀର୍ଘ ସାତ ଦଶନ୍ଧି ପରେ ଦେଶକୁ ଆସିଛନ୍ତି ଚିତା । ନାମ୍ବିଆରୁ ଆସିଥିବା ୮ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ବିଜେପି ଏହାର ପୁରା ଶ୍ରେୟ ନେବାକୁ ଚେଷ୍ଟା ଚଳାଇଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି । ଦେଶରେ ଚିତା ଲୋପ ହେବାର ୭୦ ବର୍ଷ ପରେ ବି କେହି ଚିତାକୁ ଭାରତ ଫେରାଇଆଣିବାକୁ ପ୍ରୟାସ କରିନଥିବା ଶନିବାର ମୋଦୀ କହିଥିବା ବେଳେ ଏହାର ଜବାବ ରଖିଛି କଂଗ୍ରେସ । ରବିବାର କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏକ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ୨୦୦୯ ମସିହାରେ ‘ପ୍ରକଳ୍ପ ଚିତା’ର ଏକ ଚିଠି ସେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଅଭ୍ୟାସଗତ ମିଛୁଆ ବୋଲି କହିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ।

ରବିବାର ବରିଷ୍ଠ କଂଗ୍ରେସ ନେତା ତଥା ତତକାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଏକ ଚିଠି ତାଙ୍କ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିିଥିଲେ ୨୦୦୯ ମସିହାର ପ୍ରକଳ୍ପ ଚିତାର ଚିଠି । ଚିଠିରେ ଜୟରାମ ବନ୍ୟଜନ୍ତୁ ଟ୍ରଷ୍ଟର ଡାକ୍ତର ଏମ.କେ ରଣଜିତସିଂଙ୍କୁ ଚିତାକୁ ଫେରାଇ ଆଣିବାକୁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କହିଥିବା ଲେଖାଯାଇଛି । ଚିଠି ପୋଷ୍ଟ କରିବା ସହ ମୋଦୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଆମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଅଭ୍ୟାସଗତ ମିଛୁଆ । ସେ ସରକାରରେ କଣ ଚାଲୁଛି ତାହା ଜାଣନ୍ତି ନାହିଁ । ଏହାର ଉଦାହରଣ ହେଉଛି ପ୍ରକଳ୍ପ ଚିତା ।