ବାଲାଙ୍ଗିରରେ ଦାଦନ ଚାଲାଣ ପାଇଁ ଲାଞ୍ଚ ନେଉଛନ୍ତି ପୁଲିସ ବାବୁ । ଦାଦନ ସର୍ଦ୍ଦାର ଠାରୁ ପୁଲିସ ଏସଆଇ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ 

75

କନକ ବ୍ୟୁରୋ : ୩୨ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ବେଲପଡା ପୋଲିସ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକମାନେ ହେଲେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଂଚଳର ମହୁଳପଡାର ବୋଲି ଜଣାପଡିଛି । ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୯ ପୁରୁଷ ୧୨ ମହିଳା ଓ ୧୧ ଜଣ ଶିଶୁ ଥିବା ଜଣାପଡିଛି ।

ଚାଲାଣ କରୁଥିବା ୨ ସର୍ଦାରଙ୍କୁ ବେଲପଡା ପୋଲିସ ଅଟକ ରଖି ଅଧିକ ତଦନ୍ତ କରିଛି । ଉଦ୍ଧାର ହୋଇଥିବା ଶ୍ରମିକମାନେ କାମ ଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ପୋଲିସ ଶ୍ରମିକମାନଙ୍କୁ ଉଦ୍ଧାର କରି ନିଜ ନିଜ ଗାଁକୁ ପଠାଇ ଦେଇଛି ।