ଧାମନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ମତଦାନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଆସନ୍ତାକାଲି ପଡିବ ଭୋଟ୍

108

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଗତକାଲି ୨୫୨ ବୁଥରୁ ୨୧୮ ବୁଥକୁ ପୁଲିଂ ପାର୍ଟି ଯାଇଛନ୍ତି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡିସବରସାଲ ସେଂଟରରୁ ଇଭିଏମ ଓ ଅନ୍ୟ ସରଞ୍ାମ ଧରି ପୁଲିଂ ଦଳ ବୁଥକୁ ବାହାରିଛନ୍ତି । ଅବଶିଷ୍ଟ ବୁଥକୁ ଆଜି ପୁଲିଂ ଦଳ ଯିବେ । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ୨୫୨ ବୁଥ ପାଇଁ ୩୦ ଜଣ ସେକ୍ଟର ଅଫିସର ଓ ୧୧ ଜଣ ଜୋନାଲ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେହିପରି ୧୨୬ ବୁଥରେ େଓକ୍ୱକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ମୋଟ ୧୧୦ଟି ଉତେଜନା ପ୍ରବଣ ବୁଥ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ଓ ୫୦ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ । ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ଏହି ଉପନିର୍ବାଚନ କାର୍ଯ୍ୟ ପରିଚାଳନାରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଧାମନଗର ନିର୍ବାଚନ ମଣ୍ଡଳିର ଜନସାଧାରଣଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।