ବିଜେବି କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଅଣଛାତ୍ର ମାଡ଼ ମାରିବା ଘଟଣା । ୪ ଅଣଛାତ୍ରଙ୍କୁ ଗିରଫ କଲା ପୁଲିସ

110

କନକ ବ୍ୟୁରୋ: ଭୁବନେଶ୍ୱର ବିଜେବି କଲେଜ୍ ଗଣ୍ଡଗୋଳ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍ । ଛାତ୍ର ଓ ଅଣଛାତ୍ର ମାରପିଟ୍ ଘଟଣାରେ ୪ ଜଣ ଅଣଛାତ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ପୁଲିସ । ସେହିପରି ଗଣ୍ଡଗୋଳ ସମୟରେ ବ୍ୟବହାର ହୋଇଥିବା ଛୁରୀ, ବାଇକ ଓ ଷ୍ଟମ୍ପ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ମହାଭାରତ ଦେଖିବାକୁ ମିଳିଥିଲା । ବିଜେବି କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା । ଛାତ୍ରଙ୍କୁ ଅଣଛାତ୍ର ଆକ୍ରମଣ କରଥିବା ଅଭିଯୋଗ ହୋଇଥିଲା । ୩ଜଣ ଛାତ୍ରଙ୍କୁ ୧୫ ଜଣ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ୩ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ପୋଲିସ ଏହି ଘଟଣାରେ ତଦନ୍ତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ।