ପାଦ୍ରୀଙ୍କୁ ବିଶ୍ୱାସ କରିବା ପଡିଲା ମହଙ୍ଗା । ସ୍ୱର୍ଗପ୍ରାପ୍ତି ପାଇଁ ଉପବାସ କରି ୨୯ ମୃତ

1,421

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ କେନିୟାରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଇସାଇ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାସ କରିବା ଫଳରେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ପାଦ୍ରୀ ଜଣଙ୍କ ଏହି ଲୋକମାନଙ୍କୁ ଉପଦେଶ ଦେଇଥିଲେ କି ଯଦି ସେମାନେ ଉପବାସ କରିବା ସହ ଆତ୍ମହତ୍ୟା କରନ୍ତି ତେବେ ସେମାନଙ୍କୁ ଜନ୍ନତା ବା ସ୍ୱାର୍ଗପ୍ରାପ୍ତି ହେବ । ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ଏବେ ଶବଗୁଡିକୁ କବର ତଳୁ ଉଦ୍ଧାର କରିଛି ।

ସୂଚନା ମୁତାବକ ଗୁଡ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚର ପାଦ୍ରୀ ଏହି ଲୋକମାନଙ୍କୁ କହିଥିଲେ କି, ଯଦି ସେମାନେ ଉପାସ ରହି ଆତ୍ମହତ୍ୟା କରିବେ ତେବେ ସେମାନଙ୍କର ଭେଟ ଜିଶୁଙ୍କ ସହ ହେବ ଓ ସେମାନଙ୍କ ଆତ୍ମା ସ୍ୱର୍ଗପ୍ରାପ୍ତି ହେବ । ଏହାପରେ ୨୯ଜଣ ଲୋକ ପାଦ୍ରୀଙ୍କ କଥାକୁ ବିଶ୍ୱାସ କରି ଉପବାଶ କରିବା ସହ ଆତ୍ମହତ୍ୟା କରିଥିଲେ ।

ଏନେଇ କେନିୟା ପୋଲିସକୁ ସୂଚନା ମିଳିବା ପରେ ଏବେ ପୋଲିସ କବର ଭିତରୁ ଶବଗୁଡିକୁ ୩ଦିନ ହେବ ଉଦ୍ଧାର କରିବାରେ ଲାଗିଛି । ସେପଟେ କବର ଭିତରୁ ଗୋଟିଏ ପରିବାରର ୫ଜଣ ଲୋକଙ୍କ ଶବ ମିଳିବା ପରେ ଏହାକୁ ନେଇ କେନିୟାରେ ଉଦବେଗ୍ ପ୍ରକାଶ ପାଇଛି । ପୋଲିସ ଏପର୍ଯ୍ୟନ୍ତ ମୋଟ ୬୫ଟି କବର ଖୋଳି ସାରିଲାଣି । ୨୯ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇପାରେ ବୋଲି ପୋଲିସ ଆଶଂକା କରିଛି । ସବୁଠାରୁ ଭୟଙ୍କର କଥା କି କିଛି ଶିଶୁଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି ।

ଅନ୍ୟପଟେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାଦ୍ରୀ ପଲ ମୈକେଂଜଙ୍କୁ ପୋଲିସ ଗିରଫ କରିଛି । ପାଦ୍ରୀ ଜଣଙ୍କ ନିଜକୁ ନିର୍ଦ୍ଦୋଷ କହିବା ସହ ସେ ଲୋକମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ନଥିବା କଥା ବାରମ୍ବାର କରୁଛନ୍ତି ।