ଟୋକିଓରେ ପ୍ରବାସୀ ଭାରତଙ୍କୁ ମୋଦିଙ୍କ ସମ୍ବୋଧନ । କହିଲେ, ଭବିଷ୍ୟତକୁ ନେଇ ଆଶାବାଦୀ ନୂଆ ଭାରତ । 

99

କନକ ବ୍ୟୁରୋ : ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତରେ ଆଜି ଜନତାଙ୍କ ନେତୃତ୍ୱର ସରକାର ପରିଚାଳିତ ହେଉଛି । ଏଠିକାର ବ୍ୟବସ୍ଥାର ପରିଚାଳନା ଅନ୍ୟମାନଙ୍କ ପାଇଁ ମଡେଲ ସାଜିଛି । ଭାରତ ହରାଇ ଥିବା ନିଜର ବିଶ୍ୱାସକୁ ଫେରିପାଇଛି ।

ଭବିଷ୍ୟତକୁ ନେଇ ଆଶାବାଦୀ ନୂଆ ଭାରତ

ଲୋକତନ୍ତ୍ର ଉପରେ ନିରନ୍ତର ବିଶ୍ୱାସ ଦେଶକୁ ବଢିବାରେ ସହାୟତା କରୁଛି । ପିଏମ ମୋଦି କହିଛନ୍ତି, ଭାରତ ନିଜର ଅତୀତକୁ ନେଇ ଗୌରବାନ୍ୱିତ ସେତିକି ଜ୍ଞାନକୌଶଳରେ ଆଗୁଆ, ବିଜ୍ଞାନରେ ଆଗୁଆ, ବିଭିନ୍ନ ପ୍ରକାର ନୂଆ ନୂଆ କାମକରିବାରେ ଆଗୁଆ, ଭବିଷ୍ୟତ ପାଇଁ କାମ କରିବାରେ ବି ଆଗୁଆ ହୋଇପାରିଛୁ । ମୁଁ ଲହୁଣି ମାରିବାରେ ନୁହେଁ, ପଥରରେ ଗାର ଟାଣି କାମ କରିବାକୁ ପସନ୍ଦ କରେ ।

ଭାରତ-ଜାପାନ ସହଭାଗିତାର ବଡ ଉଦାହରଣ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମୁମ୍ବାଇ -ଅହମ୍ମଦାବାଦ ହାଇସ୍ପିଡ ରେଳ ବ୍ୟବସ୍ଥା ଅଛି, ଦିଲ୍ଲୀ-ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ କରିଡର ଅଛି, ଫ୍ରିଟ କରିଡୋର ରହିଛି ଏବୁ ଭାରତ-ଜାପାନ ସହଭାଗିତାର ବଡ ଉଦାହରଣ ।

ଭାରତ-ଜାପାନର ସମ୍ପର୍କ ପୁରୁଣା 

ଜାପାନ ସହ ଭାରତର ସମ୍ପର୍କ ଆମର ସାମର୍ଥ୍ୟ, ସମ୍ମାନ ଆଉ ବିଶ୍ୱ ପାଇଁ ସଙ୍କଳ୍ପର ଏକ ଉଦାହରଣ । ଜାପାନ ସହ ଆମର ସମ୍ପର୍କ ବୁଦ୍ଧ, ବୌଦ୍ଧ, ଜ୍ଞାନ ଓ ଧ୍ୟାନର । ଜାପାନର ଲୋକଙ୍କ ଦେଶ ଭକ୍ତି, ଆତ୍ମବିଶ୍ୱାସ, ଅନୁଶାସନ, ସ୍ୱଚ୍ଛତା ପାଇଁ ସ୍ୱାମୀ ବିବେକାନନ୍ଦ ପ୍ରଶଂସା କରିଥିଲେ । ନିଜର ଐତିହାସିକ ସମ୍ବୋଧନ ପାଇଁ ଚିକାଗୋ ପାଇଁ ଯିବା ପୂର୍ବରୁ ସେ ଜାପାନ ଆସିଥିଲେ । ଜାପାନ ତାଙ୍କ ମନ ଆଉ ମସ୍ତିଷ୍କରେ ପ୍ରଭାବ ପକାଇଥିଲା ।