କରୋନା ପରେ କେମିତି ହେବ ଦେବ ଦମ୍ପତିଙ୍କ ବିବାହ? ସମ୍ବଲପୁରରେ ଜୋରସୋରରେ ଚାଲିଛି ଶୀତଳ ଷଷ୍ଠୀ ପ୍ରସ୍ତୁତ

72

କନକ ବ୍ୟୁରୋ: ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଆଉ ସାତ ଦିନର ଅପେକ୍ଷା । ହରପାର୍ବତୀଙ୍କ ବିବାହ ପାଇଁ ଏବେଠୁ ଚଳଚଂଚଳ ସମ୍ବଲପୁର ସହର । ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବିଭିନ୍ନ ଶିବାଳୟ ଓ କମିଟିମାନଙ୍କରେ ଯୋରସୋରରେ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ଯାତ୍ରାକୁ ସୂଚାରୁ ରୁପେ ସଂପାଦନ କରିବା ପାଇଁ ସମ୍ବଲପୁରର ସମସ୍ତ ପୂଜା କମିଟି ବେଶ୍ ଧ୍ୟାନ ଦେଇଛନ୍ତି । ଯାତ୍ରାକୁ ଆକର୍ଷିତ କରିବା ପାଇଁ ଲୋକନୃତ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ମହାଦେବଙ୍କ ପାଇଁ ଆକର୍ଷଣୀୟ ପରଭା ତିଆରିରେ ଲାଗି ପଡିଛନ୍ତି ପୂଜା କମିଟି ।

ଏଥର ଶୀତଳ ଷଷ୍ଠୀ ପ୍ରଜ୍ଞାପନ ମେଢରେ ଆକର୍ଷଣୀୟ ମାଟି ମୂର୍ତି ସ୍ଥାନ ପାଇବ । ଝାଡୁଆପଡା ଯାତ୍ରାରେ ସଚେତନତା ଧର୍ମୀ ପ୍ରଜ୍ଞାପନ ମେଢ ସାମିଲ ହେବ । ଏହି କାମ ପାଇଁ ସ୍ଥାନୀୟ କାରିଗରଙ୍କୁ ଦାୟିତ୍ୱ ଦେଇଛନ୍ତି ଯାତ୍ରା କମିଟିମାନେ । ଫଳରେ ୨ ବର୍ଷ ହେଲା କରୋନା ଯୋଗୁଁ ହାତ ବାନ୍ଧିଥିବା କାରିଗରମାନେ ଏଥର କାମ କରି ଦୁଇ ପଇସା ରୋଜଗାରର ଆଶା ରଖିଛନ୍ତି ।