ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ୫ ଡିସିପିଙ୍କ ନେତୃତ୍ୱରେ ହେବ ସୁରକ୍ଷା ବ୍ୟବସ୍ଥା ଯାଂଚ ।

129

କନକବ୍ୟୁରୋ : ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଂଚିଛନ୍ତି ବ୍ଲାକ କ୍ୟାଟ କମାଣ୍ଡୋ । ସୁରକ୍ଷା ସ୍ଥିତିର ଯାଂଚ କରିଛନ୍ତି ବ୍ଲାକ କ୍ୟାଟ କମାଣ୍ଡୋ । ରାତିରେ ରାଜଭବନରେ ରାତ୍ରିଯାପନ କରିବେ ।

ଏହା ପରଦିନ ଅର୍ଥାତ୍ ୧୧ ତାରିଖରେ ତିନିଟି ଜନସଭାରେ ସାମିଲ ହେବେ । ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ । ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ଦିନ ଗୋଟାଏରେ ବରଗଡ଼ ଟୋଲ ଗେଟ ପଡ଼ିଆରେ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସଂଜୀବ ପଣ୍ଡା । ମୋଦୀଙ୍କ ରୋଡ ସୋ’ ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ । ୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ହେଉଛି । ରୋଡ ସୋ’ ପାଇଁ କଣ ରହିଛି ସବୁ ବ୍ୟବସ୍ଥା ଦେଖନ୍ତୁ ।

ମାଷ୍ଟର କ୍ୟାଂଣ୍ଟିନ ଓ ବାଣୀବିହାର ଉଭୟ ପକ୍ଷରୁ ବନ୍ଦ ରହିବ ଯାତାୟତ ।
ମୋଦୀଙ୍କ ରୋଡ ସୋ’: ସିଲ୍ ହେବ ଜନପଥ ।
ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ଟ୍ରାଫିକ କଟକଣା ।

ଦିନ ୨ଟାରୁ ମାଷ୍ଟର କ୍ୟାଂଣ୍ଟିନରୁ ବାଣୀବିହାର ଯାତାୟତ ବନ୍ଦ ।
ଅପରାହ୍ନ ୪ଟାରୁ ବାଣୀବିହାରରୁ ମାଷ୍ଟର କ୍ୟାଂଣ୍ଟିନ ରାସ୍ତା ସିଲ ।

ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ ।
ଡ୍ରୋନ ଉଡ଼ାଇବା ଉପରେ ମଧ୍ୟ ରହିବ କଟକଣା ।

ଅକ୍ଷୟ ତୃତୀୟ ପାଇଁ ସମୟ ପୂର୍ବରୁ କାମ ସାରିବାକୁ ପରାମର୍ଶ ।
ସୁରକ୍ଷାରେ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ।

୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ଚାଲିଛି ।
୧୦ ଅତିରିକ୍ତ ଡିସିପି, ୨୮ ଏସିପି ।

୪୧ ଇନ୍ସପେକ୍ଟର ଓ ୧୮୦ ସବ-ଇନ୍ସପେକ୍ଟର ।
ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ଚାଲିଛି ।