ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତଦାରଖ କମିଟି ବୈଠକ ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ବଡ଼ ବୟାନ । କହିଲେ, ଉପଯୁକ୍ତ ସମୟରେ ଖୋଲାଯିବ ରତ୍ନଭଣ୍ଡାର ।

168

କନକବ୍ୟୁରୋ :ଉପଯୁକ୍ତ ସମୟ ଦେଖି ରତ୍ନଭଣ୍ଡାର ଖୋଲାଯାଇ ରତ୍ନଗଣତି କରାଯିବ । ଏକଥା କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଅରିଜିତ ପଶାୟତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବସିଛି ହାଇଲେବଲ କମିଟି ବୈଠକ । ବୈଠକ ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଷ୍ଟିସ୍ ଅରିଜିତ ପଶାୟତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ସମ୍ପର୍କିତ ସମସ୍ତ ନଥିପତ୍ର ହସ୍ତଗତ ହୋଇଥିବା କମିଟିର ଅଧ୍ୟକ୍ଷ କହିଛନ୍ତି ।