ନାମାଙ୍କନ ବେଳେ ପୁଣି ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ସାଲେପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଓ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ସମର୍ଥକଙ୍କ ମଧ୍ୟରେ ନାରାବାଜି ।

310

କନକବ୍ୟୁରୋ : ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ବିଜେଡି ଓ ବିଜେପି କର୍ମୀ । ବିଜେଡି କର୍ମୀମାନେ ବିଜେଡି ଜିନ୍ଦାବାଦ ନାରା ଦେଉଥିବା ବେଳେ ବିଜେପି କର୍ମୀମାନେ ବିଜେପି ଜିନ୍ଦାବାଦ ନାରା ଦେଉଥିଲେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିିଥିଲା କଟକ ଜିଲ୍ଲାପାଳ କାର୍ଯ୍ୟାଳୟରେ ।

ସାଲେପୁୁର ବିଧାନସଭାର ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଏବଂ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ନାମାଙ୍କନ ଦାଖଲ କରିବାକୁ ଆସିଥିବା ବେଳେ ସାମ୍ନାସାମ୍ନି ପରିସ୍ଥିତି ଏବଂ ନାରାବାଜି ଦେଖିବାକୁ ମିଳିଥିଲା । ଅଳ୍ପ ସମୟ ଧରି ପରିସ୍ଥିତି ସାମାନ୍ୟ ଅସ୍ୱାଭାବିକ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ଘଟଣାରେ ପୋଲିସ ହସ୍ତକ୍ଷପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।