ଆଜି ମିଳିତ ଜାତିସଂଘ ନିରାପତା ପରିଷଦର ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିବେ ନରେନ୍ଦ୍ର ମୋଦୀ  : ସାମୁଦ୍ରିକ ସୁରକ୍ଷା ବୃଦ୍ଧି ନେଇ ଭିଡିଓ କନଫରେନ୍ସିଂରେ ଖୋଲା ବିତର୍କ 

202

କନକ ବ୍ୟୁରୋ : ମିଳିତ ଜାତିସଂଘ ନିରାପତା ପରିଷଦରେ ଆଜି ସାମୁଦ୍ରିକ ସୁରକ୍ଷା ବୃଦ୍ଧି ନେଇ ଅନ୍ତର୍ଜାତୀୟ ସହଯୋଗ’ ଶୀର୍ଷକ ଖୋଲା ବିତର୍କ ହେବ । ଭିଡିଓ କନଫରେନ୍ସିଂରେ ହେଉଥିବା ଏହି ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ସମେତ ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଏହି ବିତର୍କରେ ଭାଗ ନେବେ ବୋଲି ସୂଚନା ମିଳିଛି ।

‘ୟୁଏନ ସିକ୍ୟୁରିଟି କାଉନସିଲ୍’ର ଏପରି ବିତର୍କରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ସାମୁଦ୍ରିକ ଅପରାଧ ରୋକିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ଆଲୋୁନାର କେନ୍ଦ୍ର ବିନ୍ଦୁ ହେବ ବୋଲି ଜଣାପଡିଛି । ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଏକୁଟିଆ କୌଣସି ଦେଶ ସମର୍ଥ ହେବା ସମ୍ଭବ ନଥିବାରୁ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ଏହି ଆଲୋଚନା ଦ୍ୱାରା ଦେଶ ଦେଶ ମଧ୍ୟରେ ସହଯୋଗ ବଢ଼ିବ ବୋଲି କୁହାଯାଉଛି ।