ମାତ୍ର କିଛି ସେକେଣ୍ଡରେ ମିଳିପାରିବ କରୋନା ଟିକାର ସାର୍ଟିଫିକେଟ : ଏଣିକି ହ୍ୱାଟ୍ସଆପରୁ ଡାଉନଲୋଡ଼ କରିହେବ ଟିକାର ପ୍ରମାଣପତ୍ର

294

କନକ ବ୍ୟୁରୋ : ଏଣିକି କିଛି ସେକେଣ୍ଡ ଭିତରେ ମିଳିଯିବ କରୋନା ଟିକା ସାର୍ଟିଫିକେଟ୍ । ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ ଟିକା ପ୍ରମାଣପତ୍ର । ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜ୍ୟ-ରାଜ୍ୟ ଭିତରେ ଗସ୍ତ, ବିଦେଶ ଗସ୍ତ ଓ ଅନ୍ୟାନ୍ୟ କ୍ଷେତ୍ରରେ କୋଭିଡ୍ ସାର୍ଟିଫିକେଟ ଆବଶ୍ୟକ ହେଉଥିବାରୁ, କିପରି ସହଜରେ ପ୍ରମାଣପତ୍ର ମିଳିବ, ଏ ନେଇ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଯେଉଁମାନେ ଏହି ପ୍ରମାଣପତ୍ର ଡାଉନଲୋଡ୍‌ କରିବାକୁ ଚାହୁଛନ୍ତି ସେମାନଙ୍କୁ ଗୋଟିଏ ଟେଲିଫୋନ ନମ୍ବରକୁ ହ୍ବାଟ୍‌ସଆପ୍‌ ମେସେଜ୍‌ ପଠାଇ ପାରିବେ। ଏଥିପାଇଁ ଫୋନରେ ପ୍ରଥମେ +୯୧ ୯୦୧୩୧୫୧୫୧୫ ସେଭ୍‌ କରିବାକୁ ହେବ। ଏହାପରେ covid certificate ଟାଇପ୍‌ କରି ପଠାଇବାକୁ ହେବ। ତାହାପରେ ଏକ ଓଟିପି ଆସିବ । ଓଟିପି ଏଣ୍ଟର କରିଲେ ମୁହୂର୍ତ୍ତକ ମଧ୍ୟରେ ପ୍ରମାଣପତ୍ର ମିଳିଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି । ବିଭିନ୍ନ ମହଲରୁ ଏହାକୁ ସ୍ବାଗତ କରାଯାଇଛି ।  କେନ୍ଦ୍ର ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ।